ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ ଆତଙ୍କ ଦେଖିବାକୁ ମିଳିଛି। ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ସୂଚନା ଦେଇଛନ୍ତି ଯେ ସାରା ଦେଶରେ ୨୮ ଜଣ କୋରନାରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୬ ଜଣ ହେଉଛନ୍ତି ଇଟାଲୀୟ ପର୍ଯ୍ୟଟକ। କରୋନା ଧୀରେ ଧୀରେ କାୟା ମେଲାଉଥିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତକାଲି ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିରେ କରୋନାରୁ ବର୍ତ୍ତିବା ପାଇଁ କ’ଣ କରିବା ଓ କ’ଣ ନ କରିବା ଉଚିତ କୁହାଯାଇଛି।
ସରକାରଙ୍କ ଏହି ନିର୍ଦ୍ଦେଶନାମାରେ କଞ୍ଚା ମାଂସକୁ ଛୁଇଁବାକୁ ମନା କରାଯାଇଛି। ତା’ସହିତ ମାଛ ଓ ମାଂସ କଟା ଯାଉଥିବା ସ୍ଥାନରୁ ଦୂରେଇ ରହିବାକୁ କୁହାଯାଇଛି। ଏପରିକି ଫାର୍ମ ଓ ପଶୁପକ୍ଷୀ ମାର୍କେଟ୍କୁ ଯିବାକୁ ବାରଣ କରାଯାଇଛି। ସେହିପରି ପଶୁପକ୍ଷୀଙ୍କୁ ସ୍ପର୍ଶ ନ କରିବାକୁ କୁହାଯାଇଛି। ଏସବୁ ସହିତ ଥଣ୍ଡା ଓ କାଶ ରୋଗରେ ପୀଡ଼ିତ ଲୋକଙ୍କ ପାଖକୁ ନଯିବାକୁ ଏବଂ ଜନଗହଳିପୂର୍ଣ୍ଣ ସ୍ଥାନରେ କାଶିବାକୁ ଓ ଛିଙ୍କିବାକୁ ମନା କରାଯାଇଛି। ଏଭଳି ସ୍ଥାନରେ ଛାପ ନପକାଇବାକୁ ବି କୁହାଯାଇଛି।
କରୋନା ଭାଇରସ୍ ଠାରୁ ଦୂରେଇ ରହିବା ପାଇଁ କିଛି ପ୍ରତିଷେଧକ ବ୍ୟବସ୍ଥା ଆପଣାଇବା ପାଇଁ ବି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି। ସେଗୁଡ଼ିକ ବିଷୟରେ ଜାଣି ନିଅନ୍ତୁ।
୧- ଠିକ ଭାବେ ସିଝା ହୋଇଥିବା ଓ ହଜମ ହେଉଥିବା ଖାଦ୍ୟ ଖାଆନ୍ତୁ।
୨- କାଶ ଓ ଛିଙ୍କିବା ବେଳେ ମୁହଁକୁ ଯଥା ସମ୍ଭବ ବନ୍ଦ ରଖିବାକୁ ଚେଷ୍ଟା କରନ୍ତୁ।
୩- ହାତକୁ ସାବୁନ କିମ୍ବା ପରିଷ୍କାର ପାଣିରେ ଭଲ ଭାବେ ଧୋଅନ୍ତୁ।
୪- କୌଣସି ବସ୍ତୁକୁ ଛୁଇଁଲେ ତୁରନ୍ତ ଲିକ୍ୟୁଇଡ୍ କିମ୍ବା ସାବୁନରେ ହାତ ଧୋଇବାକୁ ଭୁଲନ୍ତୁ ନାହିଁ।
୫- ଟିସୁ ପେପରକୁ ବ୍ୟବହାର କରିବା ପରେ ତୁରନ୍ତୁ ଡଷ୍ଟବିନ୍ରେ ଫୋପାଡ଼ି ଦିଅନ୍ତୁ।
୬- ଯଦି ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହୁଛି, ତା’ହେଲେ ଡାକ୍ତରଙ୍କୁ ଦେଖାଇବାକୁ ଭୁଲନ୍ତୁ ନାହିଁ।
୭- ମାସ୍କ ବ୍ୟବହାର କରନ୍ତୁ।
from Odisha Reporter https://ift.tt/2VGh6Y6
No comments:
Post a Comment