ବାବୁସାନ୍‌ଙ୍କୁ ଆଶ୍ଚର୍ଯ୍ୟ କରିଦେଲେ ସୁମିତ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 13, 2020

ବାବୁସାନ୍‌ଙ୍କୁ ଆଶ୍ଚର୍ଯ୍ୟ କରିଦେଲେ ସୁମିତ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଅଭିନେତା ବାବୁସାନ୍‌ ମହାନ୍ତିଙ୍କର ବହୁତ ପ୍ରଶଂସକ ଅଛନ୍ତି, ଯେଉଁମାନେ ତାଙ୍କୁ ଭଲ ପାଆନ୍ତି ଏବଂ ସମ୍ମାନ କରନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି କ୍ୟୁବ୍ ମାଷ୍ଟର ସୁମିତ୍। ଆଉ ଏହି ଭଲ ପାଇବା ସ୍ୱରୂପ ସେ କ୍ୟୁବ୍ ସାହାଯ୍ୟରେ ନିକଟରେ ବାବୁସାନଙ୍କର ଏକ ଛବି ତିଆରି କରିଥିଲେ। ଏହାର ଭିଡିଓକୁ ବାବୁସାନ ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ପେଜ୍‌ରେ ଶେଆର୍ କରିଛନ୍ତି। ଏହି ଭିଡିଓରେ ସୁମିତ୍ ଗୋଟେ ପରେ ଗୋଟେ କ୍ୟୁବ୍‌  ସଜାଉଥିବା ଦେଖିବାକୁ ମିଳିଛି।

ଏହାକୁ ଦେଖି ନିଜେ ବାବୁସାନ୍ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ତାଙ୍କୁ ଗୋଟିଏ କ୍ୟୁବ୍‌ ସଲ୍‌ଭ କରିବାକୁ ଅଢ଼େଇ ମାସ ଲାଗି ଯାଏ। କିନ୍ତୁ ସୁମିତ୍‌ ଯେଉଁ ପ୍ରୟାସ କରିଛନ୍ତି, ତାଙ୍କ ତାଙ୍କ ହୃଦୟକୁ ଛୁଇଁ ଯାଇଛି।  କ୍ୟୁବ୍‌ ଗୁଡ଼ିକୁ ଖୁବ୍ ଜଲ୍‌ଦି ସଜେଇ ଦେଲେ। ଏମିତି ଏକ ନିଆରା ପ୍ରଚେଷ୍ଟା କରି ତାଙ୍କୁ ଖୁସି କରିଥିବାରୁ ସୁମିତ୍‌ଙ୍କୁ ବହୁତ ବହୁତ ଧନ୍ୟବାଦ। ତାଙ୍କୁ ସଫଳତା ମିଳୁ। ସାଇବାବା ମଙ୍ଗଳ କରନ୍ତୁ।

ବାବୁସାନ୍‌ ଶେଆର କରିଥିବା ଏହି ଭିଡିଓକୁ ୧୭ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ଏହା ସହିତ ତାଙ୍କ ପ୍ରଶଂସକମାନେ ଏଥରେ କମେଣ୍ଟ ମଧ୍ୟ କରିଛନ୍ତି। ବାବୁସାନ୍‌ ଜଣେ ଭଲ କଳାକାର। ତେଣୁ ତାଙ୍କୁ ଏମିତି ଭଲପାଇବା ମିଳିବା ଦରକାର ବୋଲି କିଛି ପ୍ରଶଂସକ ଲେଖିଛନ୍ତି।

ସୂଚନାଯୋଗ୍ୟ, ରଜରେ ରିଲିଜ୍‌ ହେବାକୁ ଯାଉଛି ବାବୁସାନ୍‌ଙ୍କ ଫିଲ୍ମ ‘ବିଦ୍ୟାରାଣ’। ଏହି ଫିଲ୍ମରେ ତାଙ୍କ ସହିତ ଅଛନ୍ତି ଅଭିନେତ୍ରୀ ଶିବାନୀ।

 

 



from Odisha Reporter https://ift.tt/2vkW3zL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages