୩୧ ଯାଏ ବନ୍ଦ ରହିବ ପ୍ଲାନେଟୋରିୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 13, 2020

୩୧ ଯାଏ ବନ୍ଦ ରହିବ ପ୍ଲାନେଟୋରିୟମ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସତର୍କତା ପାଇଁ ବନ୍ଦ ରହିବ ପଠାଣି ସାମନ୍ତ ପ୍ଲାନେଟୋରିୟମ। ଭୁବନେଶ୍ୱରସ୍ଥିତ ପଠାଣୀ ସାମନ୍ତ ପ୍ଲାନେଟୋରିୟମ ଓ ବୁର୍ଲାର ଏପିଜେ କଲାମ ପ୍ଲାନେଟୋରିୟମର ସବୁ ଶୋ’ କୁ ଆସନ୍ତା ୩୧ ଯାଏ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଖଣ୍ଡପଡ଼ାର ପଠାଣି ସାମନ୍ତ ମ୍ୟୁଜିୟମ ମଧ୍ୟ ବନ୍ଦ ରହିବ।

ନନ୍ଦନକାନନ ଚିଡ଼ିଆଖାନାକୁ ଆସୁଥିବା ପର୍ଯ୍ୟଟକଙ୍କ ସ୍କ୍ରିନିଂ କରାଯିବ। ପ୍ରବେଶ ଓ ପ୍ରସ୍ଥାନ ଗେଟରେ ପରିମଳ ପାଇଁ ପଦକ୍ଷେପ ନେବାକୁ ଦେଶର ସବୁ ଚିଡ଼ିଆଖାନାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ।

ଭୁବନେଶ୍ୱର ପଠାଣୀ ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି,“ ଭୁବନେଶ୍ୱରସ୍ଥିତ ପଠାଣୀ ସାମନ୍ତ ପ୍ଲାନେଟୋରିୟମ ,ବୁର୍ଲାର ଏପିଜେ କଲାମ ପ୍ଲାନେଟୋରିୟମ ଓ ଖଣ୍ଡପଡ଼ାର ପଠାଣି ସାମନ୍ତ ମ୍ୟୁଜିୟମକୁ ମାର୍ଚ୍ଚ ୩୧ ଯାଏ ବନ୍ଦ କରି ଦିଆଯାଇଛି। ପରେ ପରିସ୍ଥିତି ଦେଖି ସରକାରଙ୍କ ନିର୍ଦ୍ଦେଶକ୍ରମେ ପୁଣି ଏହାକୁ ଖୋଲାଯିବ। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଏଭଳି ପଦକ୍ଷେପ ନିଆଯାଇଛି।”



from Odisha Reporter https://ift.tt/38TocLL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages