କାମୁଡ଼ି ଦେଇଥିବା ସାପକୁ ଧରି ଡାକ୍ତରଖାନାରେ ପହଞ୍ଚିଲେ ଯୁବକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 29, 2020

କାମୁଡ଼ି ଦେଇଥିବା ସାପକୁ ଧରି ଡାକ୍ତରଖାନାରେ ପହଞ୍ଚିଲେ ଯୁବକ

ଯାଜପୁର(ଅଭୟ ପତି): ଯାଜପୁର ରୋଡରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କୁ ସାପ କାମୁଡ଼ିବାରୁ ସେ ସେହି ବିଷଧର ସାପକୁ ଧରି ଦୁଇ କିଲୋମିଟର ଚାଲି ଚାଲି ଡାକ୍ତରଖାନାରେ ପହଞ୍ଚିଥିଲେ। ଗୁରୁତର ଯୁବକଙ୍କ ନାଁ  ଶ୍ୟାମ ବେହେରା। ତାଙ୍କ ଘର କେନ୍ଦୁଝର ଜିଲ୍ଲା ଘଟଗାଁ ଜାମୁପଶି ଅଞ୍ଚଳରେ। ସେ ଏଠାରେ ଶ୍ରମିକ ଭାବେ କାମ କରୁଥିଲେ। ହେଲେ ଲକ  ଡାଉନ୍‌ ଯୋଗୁ ସେ ଆଉ ଘରକୁ ଯାଇ ପାରି ନଥିଲେ।

ସୂଚନାଅନୁସାରେ, ଗତକାଲି ସେ ଯାଜପୁର ରୋଡ୍‌ରେ ଥିବା ବ୍ୟାସସରୋବର ବ୍ୟାସଦେବ ମନ୍ଦିର ପରିସରରେ ଶୋଇଥିଲେ। ଏହି ସମୟରେ ଏକ ଚନ୍ଦନ ବୋଡ଼ା ସାପ ତାଙ୍କ ହାତ ଆଙ୍ଗୁଠିକୁ କାମୁଡ଼ି ଦେଇଥିଲେ। ଏହାପରେ ସେ ଏହି ସାପଟିକୁ ବସ୍ତାରେ ପୂରାଇ ୨ କିଲୋମିଟର ଚାଲି ଚାଲି ଯାଜପୁର ରୋଡ୍‌ ମେଡିକାଲରେ ପହଞ୍ଚିଲେ।

ଡାକ୍ତର ଯୁବକଙ୍କୁ ସଙ୍ଗେ ସଙ୍ଗେ ଚିକିତ୍ସା କରିବା ସହ ସ୍ନେକ ହେଲପଲାଇନକୁ ଡକାଇ ସାପଟିକୁ ହସ୍ତାନ୍ତର କରାଇଥିଲେ। ସମ୍ପୃକ୍ତ ଯୁବକଙ୍କର ଅବସ୍ଥାରେ ଅବନତି ଦେଖାଦେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ସାପ କାମୁଡ଼ିଥିବା ଯୁବକ ଶ୍ୟାମ ବେହେରା କହିଛନ୍ତି,“ ମୁଁ ବ୍ୟାସସରୋବର ବ୍ୟାସଦେବ ମନ୍ଦିରରେ ଶୋଇ ପଡ଼ିଥିଲି। ଏହି ସମୟରେ ଏକ  ସାପ ମୋ ଛାତି ଉପରେ ଚଢ଼ି ଯାଇଥିଲା। ମୁଁ ଜାଣି ନପାରି ସାପଟିକୁ ହାତରେ ଜାବୁଡ଼ି ଧରି ଦେଇଥିଲି। ଏହାପରେ ସାପଟି ମୋ ଆଙ୍ଗୁଠିକୁ କାମୁଡ଼ି ଦେଲା। ଏହା କୋଉ ସାପ ବୋଲି ଲୋକେ ଜାଣିବା ପାଇଁ ଅଖାରେ ସାପଟିକୁ ଧରି ଡାକ୍ତରଖାନା ଆସିଥିଲି।”

ଯାଜପୁର ରୋଡ ମେଡିକାଲର ଡାକ୍ତର ସୌଭାଗ୍ୟ ସୁବୁଦ୍ଧି କହିଛନ୍ତି,“ଆଶ୍ଚର୍ଯ୍ୟର କଥା ଯୁବକ ଜଣକ ସାପଟିକୁ ବସ୍ତାରେ ଧରି ମେଡିକାଲ ଆସିଥିଲେ। ଏହା ବିଷାକ୍ତ ସାପ ହୋଇଥିବାରୁ ବିଷ ନିରୋଧ ଇଞ୍ଜେକସନ୍ ଦେଇଛୁ। ଯୁବକଙ୍କ ଅବସ୍ଥା ଗୁରୁତର ରହିଛି। ତାକୁ ଆମେ କଟକ ସ୍ଥାନାନ୍ତର କରିଛୁ। ”



from Odisha Reporter https://ift.tt/2JqF4ze

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages