ଚାଇନା ଲୁଚାଉଛି ମୃତକଙ୍କ ସଂଖ୍ୟା? ୨ କୋଟି ଫୋନ୍ ଆକ୍ଟିଭ୍ ନାହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 29, 2020

ଚାଇନା ଲୁଚାଉଛି ମୃତକଙ୍କ ସଂଖ୍ୟା? ୨ କୋଟି ଫୋନ୍ ଆକ୍ଟିଭ୍ ନାହିଁ

ବେଜିଂ: ସାରା ବିଶ୍ୱରେ ମହାମାରୀ କରୋନା ଭାଇରସରେ ୩୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ୬ ଲକ୍ଷରୁ ଅଧିକ ଏବେ ଆକ୍ରାନ୍ତ ରହିଛନ୍ତି। ଯେଉଁଥିରୁ ଚାଇନାର ୮୧, ୪୩୯ ଜଣ ସଂକ୍ରମିତ ହୋଇଥିବା ବେଳେ ପାଖାପାଖି ୪ ହଜାର ମୃତ୍ୟୁ ବରଣ କରିଛନ୍ତି। ଚାଇନାର ହୁବେଶ ପ୍ରଦେଶର ଉହାନରୁ ଏହି ଭାଇରସ ବ୍ୟାପିଥିବା କୁହାଯାଉଛି। ଡିସେମ୍ୱରରୁ ଏହି ଭାଇରସ ପ୍ରଥମେ ଉହାନରୁ ବ୍ୟାପିଥିଲା। ପାଖାପାଖି ତିନି ମାସ ଧରି ଏହି ହୁବେଇ ଚାଇନାର ଅନ୍ୟ ରାଜ୍ୟ ପାଖରୁ ଅଲଗା ହେବା ପରେ ଏବେ ସ୍ୱାଭାବିକ ଅବସ୍ଥାକୁ ଫେରିଛି।

ଏହାରି ଭିତରେ ଚାଇନା କରୋନା ମୃତକଙ୍କ ବାବଦରେ ଅନେକ ତଥ୍ୟ ଲୁଚାଇଥିବା ସନ୍ଦେହ କରାଯାଉଛି। ଇଟାଲୀରେ ମୃତକଙ୍କ ସଂଖ୍ୟା ୧୦ ହଜାର ଛୁଇଁଥିବା ବେଳେ ଚାଇନାରେ କିଭଳି ୪ ହଜାରରୁ କମ୍ ରହିଲା ତାହା ଏବେ ସନ୍ଦେହ ଘେରରେ। ଅନ୍ୟପଟେ ଏହି ଭାଇରସ ବ୍ୟାପିଥିବା ବାବଦରେ ଚାଇନା ବହୁ ବିଳମ୍ୱରେ କହିଥିଲା। ତେଣୁ ଏବେ ମୃତ୍ୟୁ ସଂଖ୍ୟାକୁ ନେଇ ଅନେକ ଗୁମର ଫିଟୁଛି।
ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ଚାଇନାରେ ଏବେ ଅନେକ ଲୋକଙ୍କ ମୃତ ଶରୀର ଶବ ଗୃହରେ ରହିଥିବା ଦେଖିବାକୁ ମିଳୁଛି। ଉହାନରେ ଥିବା ଶବ ଗୃହରେ ଶବ ଗୁଡ଼ିକ ରହିଛି। ଏଥିପାଇଁ ୫ ହଜାରରୁ ଅଧିକ ଅସ୍ଥି କଳଶ ମଗାଯାଇଛି। ଯଦି ୪ ହଜାରରୁ କମ୍ ଲୋକଙ୍କର କରୋନାରେ ମୃତ୍ୟୁ ଘଟିଛି ତା’ହେଲେ ୫ ହଜାର ଅସ୍ଥି କଳଶ କାହିଁକି ମଗାଯାଇଛି ତାହା ଏବେ ସନ୍ଦେହ ଘେରରେ।

ସେହିପରି ଚାଇନାରେ ୪ଟି ଟେଲିଫୋନ୍ କମ୍ପାନୀ ରହିଛି। ବିଭିନ୍ନ ରିପୋର୍ଟ ଅନୁଯାୟୀ ଦୁଇ-ତିନି ମାସ ହେବ ୨ କୋଟିରୁ ଅଧିକ ଲୋକଙ୍କ ଫୋନ୍ ଆକ୍ଟିଭ ନାହିଁ। ପ୍ରଥମଥର ପାଇଁ ଚାଇନାରେ ଏଭଳି ଦେଖିବାକୁ ମିଳିଛି। ତେବେ କେଉଁମାନଙ୍କ ମୋବାଇଲ ଫୋନ୍ ଏବେ ବନ୍ଦ ରହିଛି ତାହା ଏବେ ପ୍ରଶ୍ନ ଘେରରେ। ଲ୍ୟାଣ୍ଡ ଲାଇନ୍ ଗ୍ରାହକଙ୍କ ସଂଖ୍ୟା ୧୯.୮୩ କୋଟି ରହିଥିବା ବେଳେ ଏବେ ୧୮.୯୯ କୋଟି ଆକ୍ଟିଭ ରହିଥିବା ଜଣାପଡ଼ିଛି। ସେହିପରି ମୋବାଇଲ୍ ଫୋନ୍ ଉପୋଭକ୍ତାଙ୍କ ସଂଖ୍ୟା ୧.୬୦ ଅରବରୁ ଖସି ୧.୫୮ ଅରବ ରହିଛି। ଏହାକୁ ନେଇ ଅନେକ ତର୍କ ମଧ୍ୟ ସାମ୍ନାକୁ ଆସିଛି। ଅନେକ ବିଦେଶୀ ଏବେ ଚାଇନା ଛାଡ଼ି ପଳାଇ ଆସିଛନ୍ତି ତେଣୁ ସେମାନଙ୍କ ଫୋନ୍ ଏବେ ଆକ୍ଟିଭ ନାହିଁ ବୋଲି କୁହାଯାଉଛି।

ଅନ୍ୟପଟେ ଏବେ ଚାଇନା ସ୍ୱାଭାବିକ ହୋଇଛି। ଯଦି ଏବେ ଏହି ଡିଆକ୍ଟିଭ ମୋବାଇଲ ଉପଭୋକ୍ତାଙ୍କ ସଂଖ୍ୟା ପୁଣିଥରେ ଆକ୍ଟିଭ ନହେବ ତାହେଲେ ଚାଇନାରେ କରୋନା ମୃତକଙ୍କ ସଂଖ୍ୟା ଲୁଚାଯାଇଛି ବୋଲି ଜଣାପଡ଼ିବ।

ଚାଇନାରେ କମ୍ୟୁନିଷ୍ଟ ଶାସନ ରହିଛି। ଏଠିକାର ମିଡିଆ ପାଖରେ ସ୍ୱାଧୀନତା ନାହିଁ। ତେଣୁ ଚାଇନାର କ’ଣ ଘଟୁଛି ତାହା ଜଣାପଡ଼ି ନଥାଏ। ଯାହା ଦେଶର ସରକାର ଚାହିଁବେ ତାହା ହିଁ ମିଡିଆରେ ପ୍ରକାଶ ପାଇଥାଏ।



from Odisha Reporter https://ift.tt/3aF4epK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages