ରାସ୍ତାରେ ପଡ଼ିଥିଲା ଭଙ୍ଗା ଗାଡ଼ି; ପାଖରୁ ମିଳିଲା ମହିଳାଙ୍କ ବସ୍ତ୍ର, ଜୋତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 3, 2020

ରାସ୍ତାରେ ପଡ଼ିଥିଲା ଭଙ୍ଗା ଗାଡ଼ି; ପାଖରୁ ମିଳିଲା ମହିଳାଙ୍କ ବସ୍ତ୍ର, ଜୋତା

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ଗତକାଲି ବିଲମ୍ୱିତ ରାତିରେ ବଲାଙ୍ଗିର -ଖୁଜେନପାଲି ରାସ୍ତାରେ ଏକ ଗାଡ଼ି ଭଙ୍ଗାରୁଜା ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ବଲାଙ୍ଗିର ସହରଠାରୁ ୫୦୦ ମିଟର ଦୂରରେ ଏହି ଗାଡ଼ି ପଡ଼ି ରହିଥିବା ବେଳେ ତାହା ନିକଟରେ ମହିଳାଙ୍କ ଜୋତା  ଏବଂ ଲେଗିନ୍ସ ମଧ୍ୟ ପଡିଥିବା ଦେଖିବାକୁ ମିଳିଥିଲା । ଗାଡିଟି ଭଙ୍ଗାରୁଜା ହୋଇଥିବାରୁ କେହି ମାରଣାସ୍ତ୍ରରେ ଆକ୍ରମଣ କରିଥିବା  ଅନୁମାନ କରାଯାଉଛି। ତେବେ ଗାଡି ନିକଟରେ ଜଣେ ମହିଳାଙ୍କ ଜୋତା ଏବଂ ଲେଗିନ୍ସ ମିଳିବା ଘଟଣାକୁ ଅଧିକ ରହସ୍ୟ ଘେରକୁ ଟାଣି ନେଉଛି। ଏପରି ସ୍ଥିତିକୁ ନେଇ କୌଣସି ଅଘଟଣ ଘଟିବା ଆଶଙ୍କା ଉପୁଜୁଥିବା ବେଳେ ପୁଲିସ୍‌ ଖୋଳତାଡ଼ ଆରମ୍ଭ କରିଛି।

ବଲାଙ୍ଗିର ସଦର ପୁଲିସ୍‌ ଘଟଣା ସଂର୍ପକରେ ଖବର ପାଇବା ପରେ ବିଲମ୍ବିତ ରାତିରେ ଘଟଣାସ୍ଥଳରେ ପହଞ୍ଚିଥିଲା। ସେଠାରେ  ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଥିବା ବେଳେ ଭଙ୍ଗା ବାଇକ୍‌, ମହିଳାଙ୍କ ଜୋତା,ବସ୍ତ୍ରକୁ ଜବତ କରିଛି। ବାଇକ୍‌ର  ନମ୍ୱର ଯାଞ୍ଚ ପରେ ତାହା ନୂଆପଡା ଜିଲ୍ଲାର ଜଣେ ବ୍ୟକ୍ତିଙ୍କର ବୋଲି ଜଣା ପଡୁଛି। ତେବେ ଉକ୍ତ ଗାଡ଼ିକୁ କିଏ ଚଲାଉଥିଲା, କେଉଁଠିକୁ ଯାଉଥିଲା ସେ ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କ ସମ୍ପର୍କରେ କିଛି ବି ଖୋଜଖବର ମିଳିପାରି ନ ଥିବା ବେଳେ ପୁଲିସ୍‌ ତଦନ୍ତ ଚଳାଇଛି।



from Odisha Reporter https://ift.tt/3cz24tx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages