ଭାଇକୁ ହାଣିଲା ଭାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 3, 2020

ଭାଇକୁ ହାଣିଲା ଭାଇ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ଭାଇକୁ ଭାଇ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ବସ୍ତା ଥାନା ବାହାର୍ଦ୍ଦା ଗାଁରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି ।

ବାହାର୍ଦ୍ଦା ଗାଁର ଦୁଇ ଭାଇ ନିରଞ୍ଜନ ବେହେରା ଓ ମନୋରଞ୍ଜନ ବେହେରା ମିଶି ଗତକାଲି ମଝିଆ ଭାଇ ଚିତ୍ତରଞ୍ଜନ ବେହେରାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଚିତ୍ତରଞ୍ଜନକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା । ତାଙ୍କୁ ପ୍ରଥମେ ବାଲେଶ୍ୱର ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ସେପଟେ ଘଟଣା ପରେ ଆକ୍ରମଣକାରୀ ଦୁଇ ଭାଇ ଫେରାର ଅଛନ୍ତି । ବସ୍ତା ଥାନା ପୁଲିସ୍‌ ଘଟଣାର ତଦନ୍ତ କରୁଛି।



from Odisha Reporter https://ift.tt/2PL783W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages