ୟେସ୍ ବ୍ୟାଙ୍କ ପ୍ରତିଷ୍ଠାତା ଓ ପ୍ରିୟଙ୍କା ଗାନ୍ଧୀ ଲିଙ୍କ୍, ମୁହାଁମୁହିଁ ହେଲେ ବିଜେପି-କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 8, 2020

ୟେସ୍ ବ୍ୟାଙ୍କ ପ୍ରତିଷ୍ଠାତା ଓ ପ୍ରିୟଙ୍କା ଗାନ୍ଧୀ ଲିଙ୍କ୍, ମୁହାଁମୁହିଁ ହେଲେ ବିଜେପି-କଂଗ୍ରେସ

ନୂଆଦିଲ୍ଲୀ: ଦେବାଳିଆ ସ୍ଥିତିରେ ଥିବା ୟେସ୍ ବ୍ୟାଙ୍କକୁ ନେଇ ମୋଦୀ ସରକାରକୁ ଘେରିବାକୁ ଚେଷ୍ଟା କରୁଛି କଂଗ୍ରେସ। ଏହାରି ଭିତରେ ୟେସ୍ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁର ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଲିଙ୍କ୍ ନେଇ କଂଗ୍ରେସ ଏବେ ସଫେଇ ଦେବାକୁ ଚେଷ୍ଟା କରିଛି। କାରଣ ରାଣା କପୁର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭାଡ୍ରାଙ୍କ ଏକ ପେଣ୍ଟିଂ କିଣିଥିଲେ। ଯାହାର ଦାମ୍ ଥିଲା ୨ କୋଟି।

ଶନିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୟେସ୍ ବ୍ୟାଙ୍କ କାର୍ଯ୍ୟାଳୟ, ଦିଲ୍ଲୀ ଓ ମୁମ୍ୱାଇ ଅଫିସରେ ରେଡ୍ କରିବା ପରେ ଆଜି ସକାଳ ୩ଟାରେ ରାଣା କପୁରଙ୍କୁ ଗିରଫ୍ କରିଛି। ଶୁକ୍ରବାର ରାଣା କପୁର ଏବଂ କଂଗ୍ରେସ ନେତା ପି. ଚିଦାମ୍ୱରମଙ୍କ ଫଟୋ ଦେଖାଇ କଂଗ୍ରେସକୁ ଘେରିଥିଲା ବିଜେପି। କଂଗ୍ରେସ ପ୍ରିୟଙ୍କା ଗାନ୍ଧୀଙ୍କ ପେଣ୍ଟିଂ କିଣିବା କଥା ସ୍ୱୀକାର କରିଛି। ହେଲେ ଦୁଇ ଜଣଙ୍କ ମଧ୍ୟରେ କୌଣସି ଲିଙ୍କ୍ ନାହିଁ ବୋଲି କଂଗ୍ରେସ ସଫେଇ ଦେଇଛି।

ଜାତୀୟ ଗଣମାଧ୍ୟମ ଟାଇମ୍ସ ନାଓର ରିପୋର୍ଟ ଅନୁଯାୟୀ, ୟୁପିଏ ସରକାର ବେଳେ ରାଣା କପୁର ପ୍ରିୟଙ୍କା ଗାନ୍ଧୀଙ୍କର ଏକ ପେଣ୍ଟିଂ କିଣିଥିଲେ। ଏବେ ଇନକମ ଟ୍ୟାକ୍ସ ଡିପାର୍ଟମେଣ୍ଟ ଏହି ମାମଲାରେ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ତେବେ ରାଣା କପୁର କେଉଁ ଉଦ୍ଦେଶ୍ୟରେ ପ୍ରିୟଙ୍କା ଗାନ୍ଧୀଙ୍କ ଫଟୋ କିଣିଥିଲେ ତାହା ଜଣାପଡ଼ିନାହିଁ।



from Odisha Reporter https://ift.tt/2IvpKB6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages