ସଙ୍ଗୀତ ରିଆଲିଟି ଶୋ’ର କେଉଁ କଥା ତପୁଙ୍କୁ କଷ୍ଟ ଦେଇଥାଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 8, 2020

ସଙ୍ଗୀତ ରିଆଲିଟି ଶୋ’ର କେଉଁ କଥା ତପୁଙ୍କୁ କଷ୍ଟ ଦେଇଥାଏ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିକାଲି କଭର୍‌ ଗୀତର ଚାହିଦା ଦେଖିବାକୁ ମିଳୁଛି। ଅର୍ଥାତ୍‌ ପୁରୁଣା ଗୀତ କିମ୍ବା ଜଣେ କଣ୍ଠଶିଳ୍ପୀଙ୍କ ଗୀତକୁ ଆଉ ଜଣେ କଣ୍ଠଶିଳ୍ପୀ ନୂଆ ଢଙ୍ଗରେ ଗାଉଛନ୍ତି। ୟୁଟ୍ୟୁବ୍‌ରେ ଏମିତି ଅନେକ ଗୀତ ରହିଛି। ହେଲେ କଭର୍‌ ଗୀତକୁ ନୂଆ କଣ୍ଠଶିଳ୍ପୀ ମାନେ କେତେଦୂର ସଠିକ୍‌ ଭାବରେ ଗାଇପାରୁଛନ୍ତି ?  ଯେତେବେଳେ କେହି ଜଣେ ମୂଳ ଗାୟକଙ୍କ ଗୀତକୁ ଭୁଲ୍ ଢଙ୍ଗରେ ଗା’ନ୍ତି, ସେମାନଙ୍କୁ କିପରି ଲାଗେ?  ତରଙ୍ଗ ମ୍ୟୁଜିକ୍‌ରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ‘ରେଡିଓ ଟାଇମ୍‌ ୱିଥ୍‌ ଅନନ୍ୟା’ର ଏକ ଏପିସୋଡ୍‌ରେ ତପୁ ମିଶ୍ରଙ୍କୁ ଏଭଳି ଏକ ପ୍ରଶ୍ନ ପଚରାଯାଇଥିଲା।

ଏହାର ଜବାବରେ ତପୁ କହିଥିଲେ ଯେ ତାଙ୍କର ଅନେକ ଗୀତକୁ କଭର ସଙ୍ଗ୍ କରାଯାଇଛି। କିନ୍ତୁ ପ୍ରାୟ ଗୀତକୁ କଣ୍ଠଶିଳ୍ପୀ ମାନେ ସଠିକ୍‌ ଭାବରେ ଗାଇ ପାରି ନାହାନ୍ତି। ଏକଥା ଠିକ୍‌ ଯେ ସମସ୍ତେ ସବୁ ଗୀତକୁ ସଠିକ୍‌ ଭାବରେ ଗାଇପାରିବେନି। କିନ୍ତୁ ୮୦ ଭାଗ ତ ସଠିକ୍‌ ଗାଇବା କଥା।

ଏଥିସହ ସେ କହିଥିଲେ ଯେ ବିଭିନ୍ନ ପ୍ରକାରର ସଙ୍ଗୀତ ରିଆଲିଟି ଶୋ’ରେ ଯେତେବେଳେ ସେ ବିଚାରକ ହୋଇ ଯୋଗ ଦିଅନ୍ତି,  ସେତେବେଳେ ପ୍ରତିଯୋଗୀ ମାନେ ତାଙ୍କ ମନ ଜିଣିବା ପାଇଁ ତାଙ୍କ ଗୀତ ଗାଇଥା’ନ୍ତି। କିନ୍ତୁ ଏମିତି କରିବା ଦ୍ୱାରା ତାଙ୍କୁ ଆହୁରି କଷ୍ଟ ହୋଇଥାଏ। କାରଣ ସେ ପିଲା ମାନେ ଗୀତକୁ ଖରାପ କରି ଗାଆନ୍ତି। ଏକଥା ସେ କାହାକୁ ନ କହିପାରିଲେ ମଧ୍ୟ ତାଙ୍କୁ ଭାରି କଷ୍ଟ ହୋଇଥାଏ।

ତପୁ କହିଥିଲେ ଯେ ଯେତେବେଳେ ଯେତେବେଳେ କେହି ଖୁସିରେ ତାଙ୍କ ଗୀତକୁ ଗୁଣୁଗୁଣୁ କରନ୍ତି କିମ୍ବା ଗାଆନ୍ତି ତାଙ୍କୁ ଭାରି ଭଲ ଲାଗେ। କିନ୍ତୁ ସବୁଠୁ ବଡ଼ି କଥା ହେଉଛି କିଛି କଣ୍ଠଶିଳ୍ପୀ ବୁଝିବା ଦରକାର ଯେ ସମସ୍ତେ ସବୁ କଣ୍ଠଶିଳ୍ପୀଙ୍କ ଗୀତକୁ ପୂରା ନ୍ୟାୟ ଦେଇପାରିବେନି। ଏମିତିକି ମୁଁ ମଧ୍ୟ କିଛି କଣ୍ଠଶିଳ୍ପୀଙ୍କ ଗୀତକୁ ତାଙ୍କ ପରି ଗାଇପାରିବିନି।

ସୂଚନାଯୋଗ୍ୟ, ‘ଆ ଫେରି ଆ’, ‘ଚାନ୍ଦ ନା ତୁମେ ତାରା’, ‘ଦିନ ସରେ ନାହିଁ’, ‘ମୁଁ ତୁମକୁ ଭଲପାଏ’, ‘ଖାଲି ତୁ ଥିବୁ’, ‘କିଏ ଛୁଇଁ ଲା’ ଓ ‘ପ୍ରଥମ ଥର’ ଆଦି ଗୀତ ଗାଇଛନ୍ତି ତପୁ।

 

 

 

 



from Odisha Reporter https://ift.tt/2IqzXyK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages