ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନାକୁ ନେଇ ସାରା ଦେଶରେ ୨୧ ଦିନ ଲକ୍ଡାଉନ୍ ହୋଇଛି। ଫଳରେ ଦୋକାନ ବଜାର ସବୁ ବନ୍ଦ ରହିଛି। ଏହି ସମୟରେ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ଛକରେ କାର୍ଯ୍ୟରତ ଥିବା ପୁଲିସ୍ କର୍ମଚାରୀମାନଙ୍କୁ ଚା ଦେଉଛନ୍ତି ଧୀରେନ୍ ବାରିକ। ସେ ଜଣେ ଚା’ ଦୋକାନୀ। ତେବେ ଲକ୍ଡାଉନ୍ ଯୋଗୁ ତାଙ୍କ ଦୋକାନ ଏବେ ବନ୍ଦ ରହିଛି। ତେଣୁ ସେ ଘରେ ଚା’ ପ୍ରସ୍ତୁତ କରୁଛନ୍ତି ଓ ବାଇକ୍ରେ ବୁଲି ବିଭିନ୍ନ ଛକରେ ମୁତୟନ ହୋଇଥିବା ପୁଲିସ୍ କର୍ମଚାରୀମାନଙ୍କୁ ମାଗଣାରେ ଚା’ ଦେଉଛନ୍ତି। କେବଳ ଚା’ ନୁହେଁ, ବିସ୍କୁଟ୍ ମଧ୍ୟ ଦେଉଛନ୍ତି। ମୁହିଁରେ ମାସ୍କ ଓ ହାତରେ ଗ୍ଲୋଭସ୍ ପିନ୍ଧି ସେ ଚା’ ଦେବାକୁ ଯାଉଛନ୍ତି। ପୁଲିସ୍ କର୍ମଚାରୀମାନେ ପଇସା ଦେଲେ ମଧ୍ୟ ସେ ନେଉ ନାହାନ୍ତି।
ଏନେଇ ଧୀରେନ୍ ବାରିକ କହିଛନ୍ତି, “ଲକ୍ଡାଉନ୍ ଯୋଗୁ ଦୋକାନ ବଜାର ସବୁ ବନ୍ଦ ରହିଛି। ଏହି ସମୟରେ କାର୍ଯ୍ୟ କରୁଥିବା ପୁଲିସ୍ ଓ ମିଡିଆ ଭାଇମାନେ ବହୁତ ହଇରାଣ ହେଉଛନ୍ତି। ତେଣୁ ମୁଁ ଚିନ୍ତା କଲି ତାଙ୍କ ପାଖରେ ଚା’ ପହଞ୍ଚାଇଲେ ସେମାନେ ଆଉ କିଛି ସମୟ ଭଲରେ ଡ୍ୟୁଟି କରିପାରିବେ ଏବଂ ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ କରାଇ ପାରିବେ। ମୋର ଟଙ୍କା ଦରକାର ନାହିଁ। ପୁଲିସ୍, ହେଉକି ମିଡିଆ ଭାଇ, ଯିଏ ବି ମୋତେ ପଇସା ଦେଲା ମୁଁ ନେଉ ନାହିଁ।”
ଜଣେ ପୁଲିସ୍ କର୍ମଚାରୀ କହିଛନ୍ତି, “ଏହି ସମୟରେ ଧୀରେନ୍ ଆମ ପାଖରେ ଚା’ ଟିକେ ପହଞ୍ଚାଉଛନ୍ତି। ତେଣୁ ତାଙ୍କୁ ଧନ୍ୟବାଦ।”
from Odisha Reporter https://ift.tt/2Jn8fmW
No comments:
Post a Comment