ମୁମ୍ବାଇ: ‘କରୋନା’ ବିରୋଧରେ ସାରା ବିଶ୍ୱରେ ଲଢ଼େଇ ଜାରି ରହିଛି। ଆମ ଦେଶରେ ଏହାର ମୁକାବିଲା ପାଇଁ ଲକ୍ଡାଉନ୍ ଘୋଷଣା କରାଯାଇଛି। ଘରୁ କେହି ବାହାୁରିପାରୁ ନଥିବା ବେଳେ ବିଭିନ୍ନ ଟେଲିଭିଜନ ସିରିଏଲ୍ର ଶୁଟିଂ ମଧ୍ୟ ବନ୍ଦ ରହିଛି। ତେଣୁ ବିଭିନ୍ନ ସିରିଏଲ୍ର ପୁରୁଣା ଅଧ୍ୟାୟଗୁଡ଼ିକର ପ୍ରସାରଣ କରାଯାଉଛି। ଦର୍ଶକଙ୍କ ଦାବି ପୂରଣ କରିବାକୁ ଯାଇ ଗତକାଲି ଠାରୁ ଦୂରଦର୍ଶନରେ ରାମାନନ୍ଦ ସାଗରଙ୍କ ବହୁ ଚର୍ଚ୍ଚିତ ପୌରାଣିକ ଧାରାବାହିକ ‘ରାମାୟଣ’ର ପୁନଃପ୍ରସାରଣ ଆରମ୍ଭ ହୋଇଯାଇଛି। ସକାଳ ୯ଟାରୁ ୧୦ଟା ଓ ରାତି ୯ଟାରୁ ୧୦ଟା ପର୍ଯ୍ୟନ୍ତ ଏହାର ପୁନଃପ୍ରସାରଣ ଆରମ୍ଭ କରାଯାଇଛି। ସେହିପରି ବି.ଆର୍ ଚୋପ୍ରାଙ୍କ ‘ମହାଭାରତ’ ମଧ୍ୟ ଗତକାଲି ଠାରୁ ଆରମ୍ଭ ହୋଇଛି। ତା’ସହିତ ଦୂରଦର୍ଶନ ଏହାର ଆଉ ଏକ ପୁରୁଣା ହିଟ୍ ଶୋ’ ‘ବ୍ୟୋମକେଶ୍ ବକ୍ସି’ର ପୁନଃପ୍ରସାରଣ ମଧ୍ୟ ଗତକାଲି ଠାରୁ ଆରମ୍ଭ କରି ଦେଇଛି। ଗତକାଲିଠାରୁ ପ୍ରତିଦିନ ସକାଳ ୧୧ଟାରେ ଏହା ପୁନଃପ୍ରସାରଣ ଆରମ୍ଭ କରାଯାଇଛି।
MUST WATCH –#RajitKapur in a role with which he will be associated forever! Detective show #ByomkeshBakshi from 28th March at 11 am only on @DDNational pic.twitter.com/OTQpoAtCOx
— Doordarshan National (@DDNational) March 27, 2020
‘ବ୍ୟୋମକେଶ୍ ବକ୍ସି’ ହେଉଛି ୯୦ ଦଶକର ସୁପରହିଟ୍ ଡିଟେକ୍ଟିଭ୍ ସିରିଏଲ୍। ଏଥିରେ ରଜିତ୍ କପୁର ମୁଖ୍ୟ ଚରିତ୍ର ଅର୍ଥାତ୍ ବ୍ୟୋମକେଶ୍ ବକ୍ସି ଚରିତ୍ରରେ ଅଭିନୟ କରିଥିଲେ।
from Odisha Reporter https://ift.tt/3bw2grW
No comments:
Post a Comment