ଖୋର୍ଦ୍ଧା(ବଳରାମ ଲେଙ୍କା): ବିଲରେ ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଛି ଗଜରାଜ। ଉଠିବାକୁ ବଳ ପ୍ରୟୋଗ କରୁଥିଲେ ବି ସଫଳ ହୋଇପାରୁନି। ଫଳରେ ନିରାଶ ହୋଇ ଗର୍ଜନ କରୁଛି । ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ବାଁ ବିଲ ମୌଜାର ଏକ ବିଲରେ ଏକ ହାତୀଟି ପଡ଼ି ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖିବାକୁ ମିଳିଛି।
ଏହି ଅସୁସ୍ଥ ହାତୀଟିକୁ ଏକ ଦନ୍ତା ହାତୀ ଜଗି ରହିଛି। ହାତୀର ଗର୍ଜନ ଶୁଣି ତାକୁ ଦେଖଇବାକୁ ସକାଳୁ ସକାଳୁ ଲୋକଙ୍କ ଭିଡ଼ ଜମିଛି। ଏନେଇ ବନ ବିଭାଗକୁ ଖବର ଦେଇଥିଲେ। ହେଲେ ଏପର୍ଯ୍ୟନ୍ତ ବନ ବିଭାଗ ପହଞ୍ଚି ପାରିନଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, କିଛି ଦିନ ତଳେ ବାଁ ବିଲ ମୌଜାରେ ଏକ ହାତୀର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ ଉକ୍ତ ହାତୀଟିର ବିଷକ୍ରିୟା ଯୋଗୁ ମୃତ୍ୟୁ ଘଟିଥିବା ପୋଷ୍ଟମର୍ଟମରୁ ସ୍ପଷ୍ଟ ହୋଇଥିଲା।
from Odisha Reporter https://ift.tt/39ZFHLZ
No comments:
Post a Comment