ଗୁଣି ଗାରେଡ଼ି ସନ୍ଦେହରେ ଦମ୍ପତ୍ତିଙ୍କୁ ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 17, 2020

ଗୁଣି ଗାରେଡ଼ି ସନ୍ଦେହରେ ଦମ୍ପତ୍ତିଙ୍କୁ ହତ୍ୟା

ମୋହନା (ମିହିରି ଯତି): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଗପଟିମା ଗାଁ ନିକଟସ୍ଥ ପାହାଡ଼ ଉପରୁ ଏକ ଦମ୍ପତିଙ୍କ ମୃତଦେହ ଉଦ୍ଧାର ଘଟଣାରେ ପୁଲିସ୍‌ ଦୁଇ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସନ୍ତୋଷ ମଲ୍ଲିକ ଓ ସଲମନ ମଲ୍ଲିକ। ଗୁଣି ଗାରେଡ଼ି ସନ୍ଦେହ ଓ ଜମି ବିବାଦରୁ ଦମ୍ପତିଙ୍କୁ ହତ୍ୟା କରାଯାଇଥିବା ପୁଲିସ୍‌ ସୂଚନା ଦେଇଛି। ମୃତ ଦମ୍ପତି ହେଲେ ପୁଟୁର ମଲ୍ଲିକ ଓ ତାଙ୍କ ସ୍ତ୍ରୀ।

ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ସନ୍ତୋଷର ଦାଦାକୁ ପୁଟୁର ଗୁଣି କରି ମାରିଦେଇଥିବା ସେ ଅଭିଯୋଗ କରିଆସୁଥିଲେ। ଏହାସହ ଜମିଜମା ବିବାଦକୁ ନେଇ ସଲମନଙ୍କର ମଧ୍ୟ  ପୁଟୁରଙ୍କ ସହ ବିବାଦ ଲାଗି ରହିଥିଲା। ଏନେଇ ଉଭୟ  ପ୍ରତିଶୋଧ ପରାୟଣ ହୋଇପଡ଼ି ତାଙ୍କୁ ହତ୍ୟା କରିବାକୁ  ପ୍ରଥମେ ଯୋଜନା ପ୍ରସ୍ତୁତ କରିଥିଲେ।

ସୋମବାର ସକାଳେ ପୁଟୁରଙ୍କୁ ଏକୁଟିଆ ପାଇ ସଲମନ ଓ  ସନ୍ତୋଷ ତାଙ୍କ ଆଖିରେ ପ୍ରଥମେ ଲଙ୍କା ଗୁଣ୍ଡ ପକାଇ ଦେଇଥିଲେ। ପରେ ତାଙ୍କୁ ଭୁଜାଲିରେ ହାଣି ହତ୍ୟା କରିଥିଲେ। ଏହି ସମୟରେ ପୁଟୁରଙ୍କ ସ୍ତ୍ରୀ ପହଞ୍ଚି  ଚିତ୍କାର କରିବାରୁ ଅଭିଯୁକ୍ତମାନେ ତାଙ୍କୁ ମଧ୍ୟ ହତ୍ୟା କରିଥିଲେ।

ଏହି ଘଟଣାରେ ପୁଲିସ୍ ଗତକାଲି ସଲମାନ ଓ ସନ୍ତୋଷଙ୍କୁ ଗିରଫ କରିଛି। ଆଜି ସେମାନଙ୍କୁ କୋର୍ଟଚାଲାଣ କରାଯିବ। ସେମାନେ ପୁଲିସ୍ ନିକଟରେ ନିଜର ଦୋଷ ସ୍ୱୀକାର କରିଛନ୍ତି। ପୁଲିସ୍ ହତ୍ୟାରେ ବ୍ୟବହୃତ ଏକ ଭୁଜାଲି ସହ ରକ୍ତ ଜୁଡ଼ୁବୁଡ଼ ପୋଷାକକୁ ଜବତ କରିଛି ।

 



from Odisha Reporter https://ift.tt/2TWI7W7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages