ତିନି ମଧ୍ୟରେ ୟେସ୍ ବ୍ୟାଙ୍କ ଜମାକାରୀଙ୍କ ଉପରେ ଥିବା କଟକଣା ହଟିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 14, 2020

ତିନି ମଧ୍ୟରେ ୟେସ୍ ବ୍ୟାଙ୍କ ଜମାକାରୀଙ୍କ ଉପରେ ଥିବା କଟକଣା ହଟିବ

ନୂଆଦିଲ୍ଲୀ: ଦେବାଳିଆ ହୋଇଥିବା ୟେସ୍ ବ୍ୟାଙ୍କକୁ ଟ୍ରାକକୁ ଆଣିବା ପାଇଁ ଆରବିଆଇ ଓ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇଛନ୍ତି। ୟେସ ବ୍ୟାଙ୍କର ପୁନରୁଦ୍ଧାର ହେବ ବୋଲି ଶୁକ୍ରବାର ବିଳମ୍ୱିତ ରାତ୍ରୀରେ ବିଜ୍ଞପ୍ତି ପ୍ରକାଶ ପାଇଛି। ନିୟମ ଅନୁଯାୟୀ ବିଜ୍ଞପ୍ତି ପ୍ରକାଶ ପାଇବାର ୩ ଦିନ ଭିତରେ ମୋରାଟୋରିଅମ ଅବଧି ହଟାଇ ଦିଆଯିବ। ଅର୍ଥାତ୍ ବ୍ୟାଙ୍କର ଜମାକାରୀଙ୍କ ଉପରେ ଟଙ୍କା ଉଠାଇବା ନେଇ ଆରବିଆଇ ଯେଉଁ କଟକଣା ଲଗାଇଥିଲା ତାହା ଉଠାଇ ଦିଆଯିବ। ଅର୍ଥାତ୍ ୧୮ ମାର୍ଚ୍ଚ ସଂଧ୍ୟା ୬ଟା ପରେ ଜମାକାରୀ ସ୍ୱାଭାବିକ ଭାବରେ ଟଙ୍କା ଉଠାଇପାରିବେ।

ବିଜ୍ଞପ୍ତି ପ୍ରକାଶ ପାଇସାରିଥିବାରୁ ୭ ଦିନ ମଧ୍ୟରେ ନୂଆ ବୋର୍ଡ ଗଠନ ହେବ। ଏହି ବୋର୍ଡରେ ଏସବିଆଇର ଦୁଇ ଜଣ ନିର୍ଦ୍ଦେଶକ ସଦସ୍ୟ ଭାବରେ ରହିବେ। ବୋର୍ଡ ଗଠନ ହେବା ପରେ ଆରବିଆଇ ଦ୍ୱାରା ନିଯୁକ୍ତ ପ୍ରଶାସକଙ୍କୁ ଦାୟିତ୍ୱରୁ ମୁକ୍ତ କରାଯିବ।

ଆରବିଆଇର ପ୍ରସ୍ତାବ ଅନୁଯାୟୀ, ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ ପ୍ରଶାନ୍ତ କୁମାର ୟେସ୍ ବ୍ୟାଙ୍କର ନୂଆ ପ୍ରବନ୍ଧକ ତଥା ପରିଚାଳନା ନିର୍ଦ୍ଦେଶକ ରହିବେ। ବ୍ୟାଙ୍କ ପରିଚାଳନା ପାଇଁ ଯେଉଁ ବୋର୍ଡ ଗଠନ ହେବ ସେଥିରେ ଅଧ୍ୟକ୍ଷ ଓ ଦୁଇ ଜଣ ନିର୍ଦ୍ଦେଶକଙ୍କୁ ଆରବିଆଇ ନିଯୁକ୍ତ କରିବ। ଆରବିଆଇର ପ୍ରସ୍ତାବ ଅନୁଯାୟୀ ମହେଶ କୃଷ୍ଣମୂର୍ତ୍ତି ଏବଂ ଅତୁଲ ଭେଡା ୟେସ୍ ବ୍ୟାଙ୍କର ଦୁଇଜଣ ସ୍ୱାଧୀନ ନିର୍ଦ୍ଦେଶକ ରହିବେ।

ସୂଚନାଯୋଗ୍ୟ, ୟେସ୍ ବ୍ୟାଙ୍କ୍ ଦେବାଳିଆ ସ୍ଥିତିକୁ ଆସିବା ପରେ ବ୍ୟାଙ୍କର ବୋର୍ଡକୁ ଭାଙ୍ଗିଦେଇଥିଲା ଆରବିଆଇ। ଏହାପରେ ଏପ୍ରିଲ ୩ ଯାଏ ମୋରାଟୋରିଅମ ଲାଗୁ କରିଦେଇଥିଲେ ଆରବିଆଇ। ଏହି ସମୟରେ ଜମାକାରୀ ୫୦, ୦୦୦ ଟଙ୍କା ଭିତରେ ଟଙ୍କା ଉଠାଇପାରିବେ ବୋଲି ନିୟମ ରହିଥିଲା।



from Odisha Reporter https://ift.tt/2w77smX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages