କରୋନା ଆକ୍ରାନ୍ତ ୧୪ ରୋଗୀ ଗୁରୁଗ୍ରାମ ସ୍ଥାନାନ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 4, 2020

କରୋନା ଆକ୍ରାନ୍ତ ୧୪ ରୋଗୀ ଗୁରୁଗ୍ରାମ ସ୍ଥାନାନ୍ତର

ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ୧୬ ଇଟାଲୀୟଙ୍କ ମଧ୍ୟରୁ ୧୪ ଜଣଙ୍କୁ ସରକାରଙ୍କ ଅନୁରୋଧକ୍ରମେ ନୂଆଦିଲ୍ଲୀରୁ ଗୁରୁଗ୍ରାମ ସ୍ଥିତ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସେହିପରି ଅନ୍ୟ ଦୁଇ ଜଣ ଇଟାଲୀୟ ରାଜସ୍ଥାନରେ ହିଁ ଅଛନ୍ତି।

କରୋନା ଭୟ: କ’ଣ କରିବେ ଓ କ’ଣ କରିବେନି

ଏହି ୧୪ ଜଣ ପର୍ଯ୍ୟଟକ ରାଜସ୍ଥାନରୁ ଦିଲ୍ଲୀ ଆସିବା ପୂର୍ବରୁ ଆଉ ୩ଟି ରାଜ୍ୟ ବୁଲିଥିଲେ। ଶେଷରେ ଦିଲ୍ଲୀରେ ସେମାନେ କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା। ଏମସ ବୁଧବାର ୨୧ ଜଣ ଇଟାଲୀୟ ପର୍ଯ୍ୟଟକଙ୍କ ମଧ୍ୟରୁ ୧୬ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସଷ୍ଟ କରିଥିଲା।

ଏହାପରେ ଏମାନଙ୍କ ମଧ୍ୟରୁ ଆଜି ୧୪ ଜଣଙ୍କୁ ଗୁରୁଗ୍ରାମକୁ ସ୍ଥାନାନ୍ତର କରାଯାଇଛି। କରୋନାରେ ଆକ୍ରାନ୍ତ ଇଟାଲୀୟ ଦମ୍ପତି ଏବେ ରାଜସ୍ଥାନର ଏସଏମଏସ ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି। ସେହିପରି ଏହି ଦମ୍ପତିଙ୍କ ଭାରତୀୟ ଡ୍ରାଇଭର ଏବେ ବି ଆଇଟିବି କ୍ୟାମ୍ପରେ ଚିକିତ୍ସିତ ହେଉଛନ୍ତି।

ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ୧୪ ଜଣ ପର୍ଯ୍ୟଟକଙ୍କୁ ସ୍ୱତନ୍ତ୍ର ଫ୍ଲୋରରେ ରଖାଯାଇଛି। ଏହି ଫ୍ଲୋର ସହ ହସ୍ପିଟାଲର ଅନ୍ୟ ଫ୍ଲୋରର କୌଣସି ସମ୍ପର୍କ ନାହିଁ। ଏହି ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି।

ଏହି ଟିମ୍‌ରେ ଥିବା ସଦସ୍ୟମାନେ ଗ୍ଲୋବସ ଠାରୁ ଆରମ୍ଭ କରି ସ୍ୱତନ୍ତ୍ର ପୋଷାକ ପରିଧାନ କରିଛନ୍ତି। ଏହି ଫ୍ଲୋରରେ ବ୍ୟବହୃତ ସାମଗ୍ରୀଗୁଡ଼ିକ ଅନ୍ୟ ଫ୍ଲୋରରେ ବ୍ୟବହାର କରାଯାଉନାହିଁ। ଅନ୍ୟ ହସ୍ପିଟାଲଗୁଡ଼ିକ ମଧ୍ୟ ଠିକ୍‌ ଭାବେ କାର୍ଯ୍ୟ କରୁଛି। ଏଠାରେ ଅନ୍ୟ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ପ୍ରତି ସଂକ୍ରମଣର କୌଣସି ବିପଦ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ଏହି ପର୍ଯ୍ୟଟକମାନେ ଫେବୃଆରୀ ୨୧ରୁ ୨୯ ତାରିଖ ଯାଏ ହରିଆଣାର ହିସରା, ଉତ୍ତର ପ୍ରଦେଶର ଆଗ୍ରା ଓ ରାଜସ୍ଥାନର ଜୟପୁରରେ ବୁଲାବୁଲି କରିଥିଲେ। ରାଜସ୍ଥାନରେ ଏମାନେ ରହିବା ପରେ ସେମାନଙ୍କ ଯୋଗାଯୋଗରେ ପ୍ରାୟ ୧୨୫ ଜଣ ଲୋକ ଆସିଥିଲେ। ତେଣୁ ସେମାନଙ୍କ ଉପରେ ରାଜସ୍ଥାନ ସରକାର ନଜର ରଖିଛନ୍ତି।



from Odisha Reporter https://ift.tt/2IlRI2g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages