ବଢ଼ିପାରେ ଆପଣଙ୍କ ପ୍ରିପେଡ୍ ପ୍ଲାନ୍ ଅବଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 29, 2020

ବଢ଼ିପାରେ ଆପଣଙ୍କ ପ୍ରିପେଡ୍ ପ୍ଲାନ୍ ଅବଧି

ନୂଆଦିଲ୍ଲୀ: ଲକଡାଉନ୍ ସମୟରେ ଲୋକମାନଙ୍କୁ ଘରେ ରହିବାକୁ କଡ଼ାକଡ଼ି ଭାବେ ନିର୍ଦ୍ଦେଶ ଦିଆଯାଇଛି। ୨୧ ଦିନ ଯାଏ ଘରେ ବସି ରହିବା ଲୋକମାନଙ୍କ ମାନସିକ ଚିନ୍ତା ବଢ଼ାଇଦେଇ ପାରେ। ଏଣୁ ଏହି ଦିନଗୁଡ଼ିକରେ ଲୋକଙ୍କୁ ସହଜ ବୋଧ କରାଇବାକୁ ମନୋରଞ୍ଜନ ଭିତ୍ତିକ ଚିରସବୁଜ ଧାରାବାହିକଗୁଡ଼ିକୁ ପୁନଃପ୍ରସାରଣ କରାଯାଉଛି। ଅନ୍ୟପଟେ ଦୈନନ୍ଦିନ ଜୀବନରେ ମୋବାଇଲ ଫୋନ ମଧ୍ୟ ଏକ ଅବିଚ୍ଛିନ୍ନ ଅଙ୍ଗ ଭାବେ ନିଜର ସତ୍ତା ବଜାୟ ରଖିଛି। ଏଣୁ ଭଲ ନେଟଓ୍ୱର୍କ ସହ କଲ୍ ଓ ଡାଟା ପ୍ଲାନ୍ ବିନା ଦିନ କଟିବା କଷ୍ଟକର। ଏହାକୁ ଦୃଷ୍ଟିରେ ରଖି ପ୍ରିପେଡ୍ ୟୁଜର୍ସଙ୍କୁ ଟେଲିକମ୍ କମ୍ପାନୀଗୁଡ଼ିକ ଭଲ ଅଫର୍ ଯୋଗାଇଦେବାକୁ ଭାରତୀୟ ଟେଲିକମ୍ ରେଗୁଲେଟୋରି ଅଥରିଟି ବା ଟ୍ରାଇ(ଟିଆରଏଆଇ) କହିଛି।

ଲକଡାଉନ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ରିଲାୟନ୍ସ ଜିଓ, ଭାରତୀ ଏୟାରଟେଲ, ଭୋଡାଫୋନ ଆଇଡିଆ ଏବଂ ବିଏସଏନଏଲକୁ ନିଜ ପ୍ରିପେଡ୍ ଉପଭୋକ୍ତାମାନଙ୍କ ପ୍ଲାନ୍ ଅବଧିକୁ ବଢ଼ାଇଦେବାକୁ ଟ୍ରାଇ କହିଛି। ମିଳିଥିବା ସୂଚନା ମୁତାବକ, ମାର୍ଚ୍ଚ ୨୯ ଅର୍ଥାତ୍ ରବିବାର ଉକ୍ତ ଟେଲିକମ୍ କମ୍ପାନୀଗୁଡ଼ିକୁ ଟ୍ରାଇ ପକ୍ଷରୁ ଏନେଇ ଚିଠି ଲେଖାଯାଇଛି। ଚିଠିରେ ସମସ୍ତ ପ୍ରିପେଡ୍ ଉପଭୋକ୍ତାଙ୍କର ଭେଲିଡିଟି ବଢ଼ାଇବା ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ  କୁହାଯାଇଛି। ଯେହେତୁ ଟେଲିକମ୍ ସେବାକୁ ଜରୁରୀ ସେବାରେ ଅନ୍ତର୍ଭୁକ୍ତ କରାଯାଇ ଲକଡାଉନ୍ ସ୍ଥିତିରେ ବନ୍ଦ କରିଦିଆଯାଇ ନାହିଁ, ଏଣୁ ଲୋକମାନଙ୍କ ପାଇଁ ଏଭଳି ପଦକ୍ଷେପ ନେବା ଜରୁରୀ ବୋଲି ଟ୍ରାଇ ଚିଠିରେ ଉଲ୍ଲେଖ କରିଥିବା ଜଣାପଡ଼ିଛି।

ସୂଚନା ଯେ, ସାରା ଦେଶରେ କୋଭିଡ୍-୧୯ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ନୋଭେଲ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଲାଗି ୨୧ ଦିନର ଲକଡାଉନ ନିର୍ଦ୍ଦେଶ ଦିଆଯାଇଛି। ନିୟମ ନ ମାନିଲେ କଡ଼ା ପଦକ୍ଷେପ ମଧ୍ୟ ନିଆଯାଉଛି। ଏଭଳି ପରିସ୍ଥିତିରେ ଯଦି ଟେଲିକମ କମ୍ପାନୀଗୁଡ଼ିକ ଉପଭୋକ୍ତାଙ୍କ ପ୍ଲାନ୍ ଅବଧି ବଢ଼ାଇଦିଅନ୍ତି, ଏହା ନିଶ୍ଚିତ ଭାବେ ସମସ୍ତଙ୍କ ପାଇଁ ଏକ ଖୁସି ଖବର ହେବ।



from Odisha Reporter https://ift.tt/2WScVcv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages