ଆଠ ଘଣ୍ଟାରୁ ଅଧିକ ଖଟିବେନି ପୁଲିସ୍‌ କର୍ମଚାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 29, 2020

ଆଠ ଘଣ୍ଟାରୁ ଅଧିକ ଖଟିବେନି ପୁଲିସ୍‌ କର୍ମଚାରୀ

ଭୁବନେଶ୍ୱର(ଓଡିଶା ରିପୋର୍ଟର): ଲକ୍‌ଡାଉନ୍ ବେଳେ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ବିଭିନ୍ନ ସହର ଓ ସଡ଼କରେ ନିଯୁକ୍ତ ପୁଲିସ୍‌ କର୍ମଚାରୀ କଠିନ ପରିଶ୍ରମ କରୁଛନ୍ତି। ଅବିଶ୍ରାନ୍ତ ଖଟଣି ଯୋଗୁ ସେମାନଙ୍କ ଉପରେ ମାତ୍ରାଧିକ ଚାପ ପଡୁଛି।

ସେମାନଙ୍କ ଉପରେ ଯେପରି ମାତ୍ରାଧିକ କାର୍ଯ୍ୟର ଚାପ ନ ପଡ଼େ, ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ପୁଲିସ୍ କର୍ମଚାରୀଙ୍କୁ ଯେପରି ସପ୍ତାହରେ ଗୋଟିଏ ଦିନ ବିଶ୍ରାମ ମିଳେ, ସେଥି ନିମନ୍ତେ ଜାରି ହୋଇଛି ଗାଇଡଲାଇନ। ପୁଲିସ କର୍ମଚାରୀମାନେ ଦିନକୁ ୮ ଘଣ୍ଟାରୁ ଯେପରି ଅଧିକ ସମୟ ଡ୍ୟୁଟି ନ କରନ୍ତି, ସେଥିପ୍ରତି ଦୃଷ୍ଟି ଦେବାକୁ ଓଡ଼ିଶା ପୁଲିସ୍ ମୁଖ୍ୟାଳୟ ପକ୍ଷରୁ ଆଡଭାଇଜରି ଜାରି ହୋଇଛି।

ପୁଲିସ୍‌ ଡିଜି ଅଭୟ ସମସ୍ତ ଜିଲ୍ଲାର ଏସପି  ଓ ଡିସିପିଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବା ପରେ ଏହି ଆଡଭାଇଜରି ଜାରି କରାଯାଇଛି।  କିଛି ଜିଲ୍ଲାରେ ଏହି ନିୟମ କାର୍ଯ୍ୟକାରୀ ହୋଇସାରିଥିବା ମଧ୍ୟ ସୂଚନା ମିଳିଛି।



from Odisha Reporter https://ift.tt/2QUR4Nz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages