ପରଲୋକରେ ପଦ୍ମ ବିଭୂଷଣ ସତୀଶ ଗୁଜରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 26, 2020

ପରଲୋକରେ ପଦ୍ମ ବିଭୂଷଣ ସତୀଶ ଗୁଜରାଲ

ନୂଆଦିଲ୍ଲୀ: ଦେଶର ପ୍ରଖ୍ୟାତ ଚିତ୍ରକାର ତଥା ଲେଖକ ପଦ୍ମ ବିଭୂଷଣ ସତୀଶ ଗୁଜରାଲଙ୍କର ୯୪ ବର୍ଷ ବୟସରେ ପରଲୋକ ହୋଇଛି। ଗତକାଲି ବିଳମ୍ବିତ ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ବୟସାଧିକ ହେତୁ ସେ ଅନେକ ରୋଗରେ ଆକ୍ରାନ୍ତ ଥିଲେ। ଏହି ବହୁମୁଖୀ ପ୍ରତିଭାଧାରୀ ନିଜ ପେଣ୍ଟିଂ ପାଇଁ ବେଶ୍‌ ପରିଚିତ ଥିଲେ। ସେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଆଇକେ ଗୁଜରାଲଙ୍କ ଭାଇ ଥିଲେ।

ସତୀଶଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି। ସେ ସତୀଶଙ୍କୁ ଜଣେ ବହୁମୁଖୀ ପ୍ରତିଭା ଥିଲେ ବୋଲି କହିଛନ୍ତି। ସେ ତାଙ୍କ ସୃଜନଶୀଳତା ପାଇଁ ସର୍ବଦା ପ୍ରଶଂସିତ ହୋଇଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

୨୫ ଡିସେମ୍ୱର, ୧୯୨୫ରେ ଝେଲମ (ଏବେ ପାକିସ୍ତାନ)ରେ ଜନ୍ମ ଗ୍ରହଣ କରିଥିଲେ। ପାଞ୍ଚ ବର୍ଷ ଧରି ସେ ଲାହୋରର ମେୟୋ ସ୍କୁଲ ଅଫ୍ ଆର୍ଟରେ ବିଭିନ୍ନ ବିଭାଗରେ ଶିକ୍ଷା ଗ୍ରହଣ କରିଥିଲେ। ଏହାବାଦ ଗ୍ରାଫିକ୍ ଡିଜାଇନରେ ମଧ୍ୟ ସେ ଅଧ୍ୟୟନ କରିଥିଲେ।



from Odisha Reporter https://ift.tt/2Jh6lUP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages