ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋରନା ପାଇଁ ସାମାଜିକ ଦୂରତ୍ୱ ରକ୍ଷା ନକରିବାରୁ ପୁଣି ଥରେ ଭୁବନେଶ୍ୱର ସ୍ଥିତ ୟୁନିଟ-୧ ହାଟକୁ ସ୍ଥାନାନ୍ତର କରାଯାଇଛି। ଏହୀ ହାଟକୁ ୟୁନିଟ୍-୧ ହାଇସ୍କୁଲ ପଡ଼ିଆକୁ ସ୍ଥାନାନ୍ତର କରାଯାଇଛି। ଗ୍ରାହକମାନେ ଏକ ମିଟର ଦୂରତା ରକ୍ଷା ନକରିବାରୁ ପୁଲିସ୍ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।
ଗତକାଲି ସାମାଜିକ ଦୂରତ୍ୱ ରକ୍ଷା ଲାଗି ଭୁବନେଶ୍ୱର ସ୍ଥିତ ୟୁନିଟ୍-୧ ହାଟକୁ ରାଜମହଲ ଛକକୁ ଅସ୍ଥାୟୀ ଭାବେ ସ୍ଥାନାନ୍ତର କରାଯାଇଥିଲା। ଫଳରେ ପରିବା ବ୍ୟବସାୟୀଙ୍କୁ ଏଜି ଛକରୁ ରାଜମହଲ ମଧ୍ୟରେ ବସାଯାଇଥିଲା। ଏଥିସହ ଦୋକାନୀଙ୍କୁ ଗାଇଡଲାଇନ୍ ଅନୁସାରେ ଦୂରତ୍ୱ ରଖିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ଏହି ନିୟମକୁ ଉଲ୍ଲଂଘନ କରାଯିବାରୁ ପୁଲିସ୍ ପୁଣି ଥରେ ଭୁବନେଶ୍ୱର ସ୍ଥିତ ୟୁନିଟ-୧ ହାଟକୁ ସ୍ଥାନାନ୍ତର କରିଛି।
ସେହିଭଳି କଟକର ଛତ୍ରବଜାର ପରିବା ମାର୍କେଟକୁ ବାଦାମବାଡ଼ିକୁ ସ୍ଥାନାନ୍ତର କରାଯାଇଛି। ଛତ୍ରବଜାରରେ ଭିଡ଼ ବଢ଼ିବା ସହ ଲୋକେ ନିର୍ଦ୍ଧାରିତ ଦୂରତା ରକ୍ଷା ନ କରିବାରୁ ଏହାକୁ ବାଦାମବାଡ଼ିକୁ ଘୁଞ୍ଚାଯାଇଛି।
from Odisha Reporter https://ift.tt/2UEmAAv
No comments:
Post a Comment