୭ ମାସ ପରେ ମୁକ୍ତି ପାଇବେ ଓମାର ଅବଦୁଲ୍ଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 23, 2020

୭ ମାସ ପରେ ମୁକ୍ତି ପାଇବେ ଓମାର ଅବଦୁଲ୍ଲା

ଶ୍ରୀନଗର: ଜମ୍ମୁ-କଶ୍ମୀରର ପ୍ରମୁଖ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲାଙ୍କୁ ଦୀର୍ଘ ୭ ମାସ ପରେ ମୁକ୍ତି ମିଳିବ। ଏହି ନ୍ୟାସନାଲ କନ୍‌ଫରେନ୍ସ ନେତାଙ୍କୁ ମୁକ୍ତି ଦେବା ପାଇଁ ଜମ୍ମୁ-କଶ୍ମୀର ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି। ଏହାର ୨ ସପ୍ତାହ ପୂର୍ବରୁ ତାଙ୍କ ବାପା ଫାରୁକ୍‌ ଅବଦୁଲ୍ଲା ମୁକ୍ତ ହୋଇଥିଲେ।

ଫାରୁକ୍‌ ଓ ଓମାର ଗତ ଅଗଷ୍ଟ ୫ ପୂର୍ବରାତିରୁ ଗୃହବନ୍ଦୀ ଥିଲେ। ଏମାନଙ୍କ ବ୍ୟତୀତ ପିଡିପି ମୁଖ୍ୟ ମେହବୁବା ମୁଫ୍‌ତି ମଧ୍ୟ ଗୃହବନ୍ଦୀ ଥିଲେ। ଓମାର ମୋଟ ୨୩୨ ଦିନ ଗୃହବନ୍ଦୀ ଭାବେ କାଟିଛନ୍ତି। ତାଙ୍କୁ ପବ୍ଲିକ୍‌ ସେଫ୍ଟି ଆକ୍ଟ ବା ପିଏସ୍‌ଏ ଅଧୀନରେ ଗିରଫ କରାଯାଇଥିଲା।

କେନ୍ଦ୍ର ସରକାର ଅଗଷ୍ଟ ୫ ତାରିଖରେ ଜମ୍ମୁ-କଶ୍ମୀର ପାଇଁ ଲାଗୁ ହେଉଥିବା ଧାରା ୩୭୦ ହଟାଇଥିଲେ। ଏନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଗୃହରେ ବିଲ୍‌ ଆଣିଥିଲେ। ଏଥିସହିତ ଜମ୍ମୁ-କଶ୍ମୀରକୁ ଦୁଇ ଭାଗ କରି ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରାଯାଇଛି। ଲଦାଖ ନୂଆ କେନ୍ଦ୍ରଶାସିତ ଅଞ୍ଚଳ ଭାବେ ସ୍ୱତନ୍ତ୍ର ପରିଚୟ ପାଇଛି।

ତେବେ ଏହାକୁ ନେଇ ହିଂସାର ଆଶଙ୍କା ରହିଥିବାରୁ ସରକାର ବିଚ୍ଛିନ୍ନତାବାଦୀ ନେତା, ରାଜନେତା ଏବଂ ଢେଲା ମାଡ଼ କରୁଥିବା ଯୁବକମାନଙ୍କୁ ଅଟକ ରଖିଛନ୍ତି। ଏହା ପୂର୍ବରୁ ମଧ୍ୟ ଜମ୍ମୁ-କଶ୍ମୀରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ତେବେ ସ୍ଥିତି ସୁଧୁରିବା ସହ ଧୀରେ ଧୀରେ କଶ୍ମିରୀ ନେତାଙ୍କୁ ମୁକ୍ତି ଦିଆଯାଉଛି।



from Odisha Reporter https://ift.tt/2UdUdKz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages