ପୂରା ଓଡ଼ିଶା ଲକ୍‌ ଡାଉନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 23, 2020

ପୂରା ଓଡ଼ିଶା ଲକ୍‌ ଡାଉନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘କରୋନା’ର ମୁକାବିଲା ପାଇଁ ରାଜ୍ୟ ସରକାର କଟକଣାକୁ ଆହୁରି କଡ଼ାକଡ଼ି କରିଛନ୍ତି। ସମସ୍ତ ତିରିଶ ଜିଲ୍ଲାକୁ ଲକ୍‌ ଡାଉନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଆଜି ମଧ୍ୟରାତିରୁ ମାର୍ଚ୍ଚ ୨୯ ଯାଏ ସମସ୍ତ ଜିଲ୍ଲା ଲକ୍‌ ଡାଉନ ରହିବ। ରାଜ୍ୟ ସରକାରଙ୍କ ମୁଖ୍ୟପାତ୍ର(ଆଇଇସି)  ସୁବ୍ରତ ବାଗଚୀ ଆଜି ଏହି ସୂଚନା ଦେଇଛନ୍ତି
ସେ କହିଛନ୍ତି ଯେ, ପ୍ରଥମେ ପାଞ୍ଚଟି ଜିଲ୍ଲାକୁ ଲକଡାଉନ କରାଯାଇଥିଲା। ଗତକାଲି ପୁଣି ନଅଟି ଜିଲ୍ଲାକୁ ଲକ୍‌ ଡାଉନ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଆଜି ଅବଶିଷ୍ଟ ୧୬ ଜିଲ୍ଲାକୁ ଲକ୍‌ ଡାଉନ କରାଯିବ ବୋଲି  ଘୋଷଣା କରାଯାଇଛି।

ସେ ଆହୁରି କହିଛନ୍ତି ଯେ ଆଜି ସଂଧ୍ୟା ସୁଦ୍ଧା SC/ST ହଷ୍ଟେଲ ପିଲାଙ୍କୁ ଘରେ ପହଞ୍ଚାଯିବ। ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଘରେ ପହଞ୍ଚାଇବାର ବ୍ୟବସ୍ଥା କରିବେ। ସଂଧ୍ୟା ସୁଦ୍ଧା ସମସ୍ତ ପିଲାମାନଙ୍କୁ ଅଭିଭାବକଙ୍କୁ ହସ୍ତାନ୍ତର କରାଯିବ।

ଆଜି ଅପରାହ୍ନ ୪ଟା ୩୦ରେ ସରକାର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ। ସମସ୍ତଙ୍କୁ ଗଣମାଧ୍ୟମ ଜରିଆରେ ଏହୀ ଘୋଷଣା କରାଯିବ ବୋଲି  ସୁବ୍ରତ ବାଗଚୀ  ସୂଚନା ଦେଇଛନ୍ତି।



from Odisha Reporter https://ift.tt/2WDNStn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages