ବିନୟ କାନ୍ଦିଲା, ଭୁଲ୍ ମାଗିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 19, 2020

ବିନୟ କାନ୍ଦିଲା, ଭୁଲ୍ ମାଗିଲା

ନୂଆଦିଲ୍ଲୀ: ୭ ବର୍ଷ ପରେ ଆଜି ‘ନିର୍ଭୟା’ଙ୍କୁ ମିଳିଛି ନ୍ୟାୟ। ତାଙ୍କୁ ଦୁଷ୍କର୍ମ କରିଥିବା ୪ ଦୋଷୀ ଅକ୍ଷୟ କୁମାର ସିଂହ, ପୱନ ଗୁପ୍ତା, ବିନୟ ଶର୍ମା ଏବଂ ମୁକେଶ ସିଂହଙ୍କୁ ଆଜି ଭୋର୍ ଠିକ୍ ସାଢ଼େ ୫ଟାରେ ଦିଲ୍ଲୀର ତିହାର ଜେଲ୍‌ରେ ଫାଶୀ ଦିଆଯାଇଛି।

ଫାଶୀ ଦେବା ପ୍ରକିୟା ଭୋର୍ ପ୍ରାୟ ୪ଟାରୁ ଆରମ୍ଭ ହୋଇଯାଇଥିଲା। ସେମାନଙ୍କୁ ଉଠାଯାଇ ଗାଧୋଇବାକୁ କୁହାଯାଇଥିଲା। ତା’ସହିତ ନୂଆ ପୋଷାକ ପିନ୍ଧିବାକୁ କୁହାଯାଇଥିଲା। ତେବେ ସୂଚନା ଅନୁଯାୟୀ, ବିନୟ ପୋଷାକ ବଦଳାଇବାକୁ ମନା କରି ଦେଇଥିଲା। ତା’ସହିତ ସେ କାନ୍ଦିଥିଲା ଓ ନିଜ କୁକର୍ମ ପାଇଁ ଭୁଲ୍ ମଧ୍ୟ ମାଗିଥିଲା।

ସେହିପରି ସୂଚନା ଅନୁଯାୟୀ, ଦୋଷୀମାନେ ରାତିରେ ଶୋଇ ନଥିଲେ। ବିନୟ ଓ ମୁକେଶ ଅଳ୍ପ ଖାଦ୍ୟ ଗ୍ରହଣ କରଥିଲେ। କିନ୍ତୁ ପୱନ ଓ ଅକ୍ଷୟ ଖାଇ ନଥିଲେ। ସେହିପରି ଭୋରରେ ଗାଧୋଇବା ପରେ ଜେଲ୍ କର୍ତ୍ତୃପକ୍ଷ ସେମାନଙ୍କୁ ଚା’ ଓ ଜଳଖିଆ ଦେଇଥିଲେ ଯଚା ଯାଇଥିଲା। କିନ୍ତୁ କେହି ଗ୍ରହଣ କରି ନଥିଲେ।

ଅନ୍ୟପକ୍ଷରେ ଆଜି ଦୋଷୀମାନଙ୍କୁ ଫାଶୀ ଦିଆଯିବା ପୂର୍ବରୁ ତିହାର ଜେଲ୍‌ ସମ୍ମୁଖରେ ଲୋକଙ୍କ ଭିଡ଼ ଜମିଥିଲା। ସ୍ଥାନୀୟ ଲୋକଙ୍କ ସହିତ ଅନେକ ସାମାଜିକ କର୍ମୀ ସେଠାରେ ଏକଜୁଟ ହୋଇଥିଲେ। ଦୋଷୀମାନଙ୍କୁ ଫାଶୀ ଦିଆଯିବା ପରେ ସେମାନେ ମିଠା ବାଣ୍ଟିଥିଲେ ଓ ବିଜୟ ଉତ୍ସବ ପାଳନ କରିଥିଲେ। ମାର୍ଚ୍ଚ ୨୦ ତାରିଖରେ ଅର୍ଥାତ୍ ଆଜି ନିର୍ଭୟାଙ୍କୁ ସଠିକ୍ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ବୋଲି ବହୁ ଲୋକ ସେଠାରେ ମତ ଦେଇଥିଲେ।



from Odisha Reporter https://ift.tt/2x9sB03

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages