ନିର୍ଭୟା ଦୁଷ୍କର୍ମ: ସେଇ ୭ବର୍ଷ, ୩ ମାସ ଏବଂ ୩ ଦିନ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 19, 2020

ନିର୍ଭୟା ଦୁଷ୍କର୍ମ: ସେଇ ୭ବର୍ଷ, ୩ ମାସ ଏବଂ ୩ ଦିନ!

ନୂଆଦିଲ୍ଲୀ: ଶେଷରେ ୭ ବର୍ଷ ପରେ ନିର୍ଭୟା ଦୁଷ୍କର୍ମ ମାମଲାର ୪ ଦୋଷୀଙ୍କୁ ଫାଶି ଦିଆଯାଇଛି। ଫାଶି ପ୍ରକ୍ରିୟାକୁ ଟାଳିବା ପାଇଁ ଗୁରୁବାର ବିଳମ୍ୱିତ ରାତ୍ରିଯାଏ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ ଦୋଷୀଙ୍କ ଓକିଲ। ହେଲେ ସମସ୍ତ ଆବେଦନ ଖାରଜ ହେବା ପରେ ଦୋଷୀଙ୍କ ଫାଶି ହେବା ଏକ ପ୍ରକାର ସୁନିଶ୍ଚିତ ହୋଇଯାଇଥିଲା। ତେବେ ୨୦୧୨ ମସିହାରେ ହୋଇଥିବା ଏହି ଦୁଷ୍କର୍ମ ମାମଲାରେ ନ୍ୟାୟ ପାଇଁ ପୀଡ଼ିତାଙ୍କ ପରିବାରକୁ ୭ ବର୍ଷ, ୩ ମାସ ଏବଂ ୩ ଦିନ ଅପେକ୍ଷା କରିବାକୁ ପଡ଼ିଥିଲା।

ଦୁଷ୍କର୍ମ ଘଟଣାରୁ ଦୋଷୀଙ୍କୁ ଫାଶି ଯାଏ

  • ଡିସେମ୍ୱର ୬, ୨୦୧୨: ଦିଲ୍ଲୀର ମୁନିରକାରେ ପାରାମେଡିକାଲ ଛାତ୍ରୀଙ୍କ ସହ ୬ ଜଣ ଦୁଷ୍କର୍ମ କରିଥିଲେ। ବସରେ ପାରାମେଡିକାଲ ଛାତ୍ରୀ ଏବଂ ତାଙ୍କର ବନ୍ଧୁ ଯାଉଥିଲେ। ଦୁଷ୍କର୍ମ କରିବା ସହ ତାଙ୍କ ବନ୍ଧୁଙ୍କ ସହ ମାଡ଼ ପିଟ୍ କରିଥିଲେ। ଏହାପରେ ଉଭୟ ପୀଡ଼ିତା ଏବଂ ତାଙ୍କ ବନ୍ଧୁଙ୍କୁ ବସରୁ ଫିଙ୍ଗି ଦେଇଥିଲେ ଦୁଷ୍କର୍ମକାରୀ।
  • ଡିସେମ୍ୱର ୧୮, ୨୦୧୨: ଦିଲ୍ଲୀ ପୁଲିସ ୪ ଦୋଷୀ ରାମ ସିଂହ (ସେତେବେଳର ଅଭିଯୁକ୍ତ), ମୁକେଶ, ବିନୟ ଶର୍ମା ଏବଂ ପବନ ଗୁପ୍ତାକୁ ଗିରଫ କରିଥିଲା।
  • ଡିସେମ୍ୱର ୨୧, ୨୦୧୨: ଏହି ଦୁଷ୍କର୍ମ ମାମଲାରେ ଆଉ ଜଣେ ନାବାଳକ ଏବଂ ବିହାରରୁ ଗିରଫ କରିଥିଲା ଅକ୍ଷୟ ଠାକୁର।
  • ଡିସେମ୍ୱର ୨୯, ୨୦୧୨: ପୀଡ଼ିତା ଦିଲ୍ଲୀ ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ହେଲେ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ ସିଙ୍ଗାପୁରର ଏକ ହସ୍ପିଟାଲକୁ ପଠାଇ ଦିଆଯାଇଥିଲା। ସେଠାରେ ମୃତ୍ୟୁ ସହ ସଂଗ୍ରାମ କରି ପୀଡ଼ିତା ଜୀବନ ହାରିଥିଲେ।
  • ଜାନୁଆରୀ ୩, ୨୦୧୩: ପୁଲିସ୍ ପାଞ୍ଚ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା, ଗଣ ଦୁଷ୍କର୍ମ, ହତ୍ୟା ଷଡ଼ଯନ୍ତ୍ର, ଅପହରଣ ମାମଲା ରୁଜୁ କରିବା ପରେ ଚାର୍ଜଶିଟ୍ ଦାଖଲ କରିଥିଲେ।
  • ଜାନୁଆରୀ ୧୭, ୨୦୧୩: ଫାଷ୍ଟ ଟ୍ରାକ କୋର୍ଟରେ ୫ ଅଭିଯୁକ୍ତଙ୍କୁ ଦୋଷୀ ବୋଲି ଦର୍ଶାଯାଇଥିଲା।
  • ମାର୍ଚ୍ଚ ୧୧, ୨୦୧୩: ଏହି ସମୟରେ ତିହାର ଜେଲରେ ରାମ ସିଂହ ଆତ୍ମହତ୍ୟା କରି ଦେଇଥିଲା।
  • ଅକ୍ଟୋବର ୩୧, ୨୦୧୩: ବାକି ୪ ଦୋଷୀଙ୍କ ବାଦ୍ ଜଣେ ନାବାଳକ ଥିଲା। ଜୁଭେନାଇଲ ବୋର୍ଡ ମଧ୍ୟ ନାବାଳକକୁ ଦୋଷୀ ବୋଲି ସାବ୍ୟସ୍ତ କରିଥିଲା। ଏହାପରେ ସୁଧାର ଗୃହକୁ ପଠାଇ ଦିଆଯାଇଥିଲା।
  • ସେପ୍ଟେମ୍ୱର ୧୦, ୨୦୧୩: ଫାଷ୍ଟ ଟ୍ରାକ କୋର୍ଟ ମୁକେଶ, ବିନୟ, ପବନ ଏବଂ ଅକ୍ଷୟକୁ ଦୋଷୀ ସାବ୍ୟସ୍ତ କରିଥିଲେ।
  • ସେପ୍ଟେମ୍ୱର ୧୩, ୨୦୧୩: କୋର୍ଟ ୪ ଦୋଷୀ ମୁକେଶ, ବିନୟ, ପବନ ଏବଂ ଅକ୍ଷୟକୁ ଫାଶି ଦଣ୍ଡାଦେଶ ଦେଇଥିଲେ।
  • ମାର୍ଚ୍ଚ ୧୩, ୨୦୧୪: ଫାଷ୍ଟ୍ର ଟ୍ରାକ କୋର୍ଟର ରାୟକୁ ମଧ୍ୟ ଦିଲ୍ଲୀ ହାଇକୋର୍ଟ ବଳବତ୍ତର ରଖିଥିଲେ।
  • ମାର୍ଚ୍ଚ ୧୫, ୨୦୧୪: ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଦୋଷୀଙ୍କ ଉପରେ ସୁପ୍ରିମକୋର୍ଟ ପ୍ରତିବନ୍ଧକ ଲଗାଇଲେ।
  • ଡିସେମ୍ବର୨୦,୨୦୧୫: ନାବାଳିକ ଅପରାଧୀକୁ ଶିଶୁ ସୁଧାର ଗୃହରୁ ମୁକ୍ତ କରାଯାଇଥିଲା, ଏହାକୁ ବିରୋଧ କରି ସାରା ଦେଶରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା।
  • ମାର୍ଚ୍ଚ ୨୭, ୨୦୧୬: ଦୋଷୀମାନଙ୍କ ବିରୋଧରେ ଦାୟର ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ସଂରକ୍ଷିତ ରଖିଥିଲେ।
  • ମେ ୫, ୨୦୧୭: ସୁପ୍ରିମକୋର୍ଟ ୪ ଦୋଷୀଙ୍କ ବିରୋଧରେ ତଳ କୋର୍ଟ ଦେଇଥିବା ମୃତ୍ୟ ଦଣ୍ଡାଦେଶକୁ ବଳବତ୍ତର ରଖିଲେ।
  • ନଭେମ୍ୱର ୯, ୨୦୧୭: ସୁପ୍ରିମକୋର୍ଟଙ୍କ ଫାଶି ଦଣ୍ଡାଦେଶ ଉପରେ ପୁନର୍ବାର ବିଚାର ପାଇଁ ଦୋଷୀ ମୁକେଶ ଆବେଦନ କରିଥିଲା। କୋର୍ଟ ଏହାକୁ ଖାରଜ କରିଦେଇଥିଲେ।
  • ଡିସେମ୍ୱର ୨୦୧୯: ଦେଢ଼ ବର୍ଷ ପରେ ଦୋଷୀ ଅକ୍ଷୟ ସୁପ୍ରିମକୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲା। ଜବାବରେ ପୀଡ଼ିତାଙ୍କ ମା’ ମଧ୍ୟ କ୍ୟୁରେଟିଭ ପିଟିସନ ବିରୋଧରେ ଆବେଦନ କରିଥିଲେ।
  • ଜାନୁଆରୀ ୭, ୨୦୨୦: ଦିଲ୍ଲୀର ଏକ କୋର୍ଟ ୪ ଦୋଷୀଙ୍କୁ ୨୨ ଜାନୁଆରୀ ସକାଳ ୭ଟାରେ ଫାଶି ଦେବା ପାଇଁ ଡେଥ୍ ଓ୍ୱାରେଣ୍ଟ ଜାରି କରିଥିଲେ।
  • ଜାନୁଆରୀ ୮,୨୦୨୦: ଏହାପରେ ପ୍ରଥମେ ପବନ ତା’ପରେ ମୁକେଶ କୋର୍ଟରେ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ।
  • ଜାନୁଆରୀ ୧୪,୨୦୨୦: ମୁକେଶ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ପାଇଁ ଆବେଦନ କରିଥିଲା। ହେଲେ ଏହା ଖାରଜ ହୋଇଯାଇଥିଲା। ଯେହେତୁ ରାଜକ୍ଷମା ପାଇଁ ଆବେଦନ ହୋଇଥିଲା ତେଣୁ ଫାଶି ତାରିଖ ୧ ଫେବୃଆରୀ ସକାଳ ୬ଟାକୁ ଘୁଞ୍ଚାଇ ଦେଇଥିଲେ କୋର୍ଟ।
  • ଜାନୁଆରୀ ୩୦, ୨୦୨୦: ପବନ, ଅକ୍ଷୟ ଏବଂ ବିନୟ ତିନି ଦୋଷୀ ନିଜ ଓକିଲଙ୍କ ଜରିଆରେ ଫାଶିରୁ ବର୍ତ୍ତିବା ପାଇଁ ବିଭିନ୍ନ କାରଣ ଦେଖାଇ ଆଇନର ସହଯୋଗ ନେଇଥିଲେ। ଏହାପରେ ପଟିଆଲା ହାଉସ କୋର୍ଟ ଡେଥ୍ ଓ୍ୱାରେଣ୍ଟ ତାରିଖକୁ ଟାଳି ଦେଇଥିଲେ। ଏହାପରେ ମାର୍ଚ୍ଚ ୩ରେ ଫାଶି ଦିଆଯିବ ବୋଲି କୋର୍ଟ ତାରିଖ ସ୍ଥିର କରିଥିଲେ।
  • ମାର୍ଚ୍ଚ ୨, ୨୦୨୦: ପବନ ଗୁପ୍ତା ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିବାରୁ ପୁଣିଥରେ ଫାଶି ତାରିଖ ୩ ମାର୍ଚ୍ଚକୁ ଘୁଞ୍ଚାଯାଇ ୨୦ ମାର୍ଚ୍ଚ ସ୍ଥିର କରାଯାଇଥିଲା।
  • ମାର୍ଚ୍ଚ ୧୯, ୨୦୨୦: ଫାଶି ପ୍ରକ୍ରିୟା ଟାଳିବା ପାଇଁ ଦୋଷୀଙ୍କ ଓକିଲ ଏ.ପି. ସିଂହ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ ଏହା ଖାରଜ ହୋଇଯାଇଥିଲା।
  • ମାର୍ଚ୍ଚ ୨୦, ୨୦୨୦: ଓକିଲ ଏ.ପି. ସିଂହ ବିଳମ୍ୱିତ ରାତିରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ରାତିରେ ସ୍ୱତନ୍ତ୍ର ଖଣ୍ଡପୀଠ ଦୋଷୀଙ୍କ ଆବେଦନର ଶୁଣାଣି କରି ଖାରଜ କରି ଦେଇଥିଲେ। ଏହାପରେ ସକାଳ ୫ଟା ୩୦ରେ ଦୋଷୀଙ୍କୁ ଫାଶି ଦିଆଯାଇଥିଲା।


from Odisha Reporter https://ift.tt/2WpJcHH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages