କାଲି କଟକରେ ବସ୍ ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 20, 2020

କାଲି କଟକରେ ବସ୍ ବନ୍ଦ

କଟକ(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି କଟକରେ ବସ୍ ଚଳାଚଳ ବନ୍ଦ ରହିବ। ଜନତା କର୍ଫ୍ୟୁ ପାଇଁ କାଲି କଟକରେ ଘରୋଇ ବସ୍ ବନ୍ଦ ରହିବ। ଏନେଇ କଟକ ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ଅଜୟ ବାରିକ ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ଆହ୍ୱାନକୁ ନଜରରେ ରଖି ରେଳ ବିଭାଗ ପକ୍ଷରୁ ମଧ୍ୟ କଟକଣା ଜାରି କରାଯାଇଛି। ଶନିବାର-ରବିବାର ମଧ୍ୟ ରାତ୍ରୀରୁ ପାସେଞ୍ଜର ଟ୍ରେନ ନ ଗଡ଼ିବା ନେଇ ନିଷ୍ପତ୍ତି ହୋଇଛି। ଏହାସହ ଆସନ୍ତାକାଲି ୩ ହଜାର ୭ଶହ ଟ୍ରେନ ବାତିଲ କରାଯାଇଛି। ଭୋର ୪ଟାରୁ ରାତି ୧୦ଟା ମଧ୍ୟରେ ମୂଳ ଷ୍ଟେସନରୁ ବାହାରିବାକୁ ଥିବା ସମସ୍ତ ଟ୍ରେନ ବାତିଲ ହୋଇଛି।

କରୋନା ମୁକାବିଲା କରିବାକୁ ଯାଇ ରବିବାର ଜନତା କର୍ଫ୍ୟୁ ଲଗାଯାଇଛି। ରବିବାର ସକାଳ ୭ଟାରୁ ରାତି ୯ଟା ଯାଏ ଜନତା କର୍ଫ୍ୟୁ ଏହି ଲାଗୁ ହେବ। ଦେଶବାସୀଙ୍କୁ ସମ୍ବୋଧନ କରି ଏହି କର୍ଫ୍ୟୁ ବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୂଚନା ଦେଇଥିଲେ। ଏହି ସମୟରେ ଲୋକମାନଙ୍କୁ ଘରେ ରହିବା ପାଇଁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି କର୍ଫ୍ୟୁ ପାଳନ କରିବା ପାଇଁ ସମସ୍ତ ରାଜ୍ୟ ସରକାରଙ୍କୁ ମଧ୍ୟ ଆହ୍ୱାନ କରିଛନ୍ତି ମୋଦି।



from Odisha Reporter https://ift.tt/39a17ou

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages