ଓ୍ୱାଶିଂଟନ: ବିଶ୍ୱ ମହାମାରୀ କରୋନା ଭାଇରସକୁ ‘ବୁହାନ ଭାଇରସ’ ବୋଲି କହିଛନ୍ତି ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିୟୋ। ଏହି କିଲର କରୋନା ଭାଇରସରେ ଆମେରିକାରେ ୨୫୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସାରା ବିଶ୍ୱରେ ଏଯାବତ ୧୧ ହଜାର ଲୋକଙ୍କ ମୃତ୍ୟୁ ଘଟି ସାରିଛି। ଚୀନର ବୁହାନରୁ ଏହି ଭାଇରସ ବ୍ୟାପିଛି ବୋଲି କୁହାଯାଉଛି। ଚୀନ ଠିକଣା ସମୟରେ କରୋନା ବାବଦରେ ସୂଚନା ନଦେବାରୁ ଏଭଳି ସ୍ଥିତି ଦେଖିବାକୁ ପଡ଼ୁଛି ବୋଲି ମାଇକ ପୋମ୍ପିୟୋ କହିଛନ୍ତି। କରୋନାକୁ ନେଇ ଚୀନର ଶାସକ ଦଳ କମ୍ୟୁନିଷ୍ଟ ପାର୍ଟି, ଋଷିଆ ଏବଂ ଇରାନ ଭୁଲ ତଥ୍ୟ ଦେଉଛନ୍ତି ବୋଲି ମଧ୍ୟ ପୋମ୍ପିୟୋ କହିଛନ୍ତି।
ଚୀନ ଉପରେ ବର୍ଷିବାକୁ ଯାଇ ମାଇକ ପୋମ୍ପିୟୋ କହିଛନ୍ତି, ଚୀନରେ ଏହି ମହାମାରୀ ବ୍ୟାପିବା ଦେଖି ଚୀନ ସରକାରଙ୍କୁ ଆମେରିକା ପ୍ରସ୍ତାବ ଦେଇଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହ ଆମେରିକାର ବିଶେଷଜ୍ଞ ଟିମ୍ ଯାଇ ଏହି ମହାମାରୀ ବାବଦରେ ଅନୁଧ୍ୟାନ କରିବ। ହେଲେ ଚୀନ ଆମେରିକାର ଏହି ପ୍ରସ୍ତାବକୁ ଖାରଜ କରିଦେଲା। ପରିଣାମ ସ୍ୱରୂପ ଆଜି ଏହି ଭାଇରସ ସାରା ବିଶ୍ୱ ପାଇଁ ଘାତକ ସାଜିଛି। ଚୀନ ଯଦି ଠିକଣା ସମୟରେ ଏହି ଭାଇରସ ବାବଦରେ ସୂଚନା ଦେଇଥାନ୍ତା ତା’ହେଲେ ଏହି ମହାମାରୀକୁ ରୋକି ହୋଇଥାନ୍ତା ବୋଲି ପୋମ୍ପିୟୋ କହିଛନ୍ତି।
ଆମେରିକାର ବୈଦେଶିକ ମନ୍ତ୍ରୀଙ୍କ ପୂର୍ବରୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହି ଭାଇରସକୁ ନେଇ ଚୀନ ଉପରେ ବର୍ଷିଥିଲେ। ଏହାକୁ ଚୀନ ଭାଇରସ ବୋଲି କହି ଚୀନକୁ ଚେତାବନୀ ଦେଇଥିଲେ। ଚୀନ ପାଇଁ ଆଜି ସାରା ବିଶ୍ୱ ସଜା ଭୋଗୁଛି ବୋଲି ସେ କହିଥିଲେ।
ଆମେରିକା ରାଷ୍ଟ୍ରପତି ଓ ବୈଦେଶିକ ମନ୍ତ୍ରୀ ଚୀନ ଉପରେ ବର୍ଷିବାର କାରଣ ପ୍ରଥମେ ଚୀନ ହିଁ କହିଥିଲା ଆମେରିକା ସେନା ଦ୍ୱାରା ଏହି ଭାଇରସକୁ ଛଡ଼ାଯାଉଛି।
from Odisha Reporter https://ift.tt/2xhryep
No comments:
Post a Comment