ଆସ୍ଥା ଭୋଟ୍‌ରେ ଜିତିଲେ ଶିବରାଜ, ଗୃହକୁ ଆସିଲେନି କଂଗ୍ରେସ ବିଧାୟକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 24, 2020

ଆସ୍ଥା ଭୋଟ୍‌ରେ ଜିତିଲେ ଶିବରାଜ, ଗୃହକୁ ଆସିଲେନି କଂଗ୍ରେସ ବିଧାୟକ

ଭୋପାଲ: ସୋମବାର ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ ଆଜି ମଧ୍ୟପ୍ରଦେଶ ବିଧାନସଭାର ଆସ୍ଥା ଭୋଟ୍‌ରେ ନିଜର ଦବ୍‌ଦବା ଜାହିର କରିଛନ୍ତି ଶିବରାଜ ସିଂହ ଚୌହାନ। ମ୍ୟାଜିକ୍‌ ନମ୍ବର ହ୍ରାସ ପାଇଥିବାରୁ ବିଜେପି ସହଜରେ ଏହି ଆସ୍ଥା ଭୋଟ୍‌ ଜିତିନେଇଛି।

ଶିବରାଜଙ୍କ ବିଜେପି ୧୦୪ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ କରୁଥିଲା। ତେବେ ତାଙ୍କୁ ବିଜେପିର ୧୦୭ ଜଣ ବିଧାୟକଙ୍କ ସହ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ଏବଂ ସ୍ୱାଧୀନ ବିଧାୟକମାନେ ମଧ୍ୟ ସମର୍ଥନ ଦେଇଛନ୍ତି। ଅର୍ଥାତ ତାଙ୍କ ପାଖରେ ମୋଟ ୧୧୨ ଜଣ ବିଧାୟକଙ୍କ ସମର୍ଥନ ରହିଛି।

ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନାଟକୀୟ ନିଷ୍ପତ୍ତି ବଳରେ ବିଜେପି ପୁଣି କ୍ଷମତାସୀନ ହୋଇପାରିଛି। କଂଗ୍ରେସରୁ ବିଜେପି ଆସିଥିବା ସିନ୍ଧିଆଙ୍କ ସହ ୨୨ ଜଣ ବିଧାୟକ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଫଳରେ ମ୍ୟାଜିକ୍‌ ନମ୍ବର ୧୦୪କୁ ଖସିଆସିଛି।



from Odisha Reporter https://ift.tt/2JcTov8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages