ସପ୍ତମ ଶାମ୍ଭବୀ ପୁରସ୍କାର ପ୍ରଦାନ ଉତ୍ସବ ଆୟୋଜିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 12, 2020

ସପ୍ତମ ଶାମ୍ଭବୀ ପୁରସ୍କାର ପ୍ରଦାନ ଉତ୍ସବ ଆୟୋଜିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ୍ ପକ୍ଷରୁ ସପ୍ତମ ଶାମ୍ଭବୀ ପୁରସ୍କାର ପ୍ରଦାନ ଉତ୍ସବ ଆୟୋଜିତ ହୋଇଯାଇଛି। ଭୁବନେଶ୍ୱରରେ ଆୟୋଜିତ ଏହି ପୁରସ୍କାର ପ୍ରଦାନ ଉତ୍ସବରେ ଜଙ୍ଗଲ ସୁରକ୍ଷା ପାଇଁ ଦେବଗଡ଼ର ହୀରାଧର ସାହୁଙ୍କୁ ସପ୍ତମ ଶାମ୍ଭବୀ ପୁରସ୍କାର ମିଳିଛି। ହୀରାଧର ଜିଲ୍ଲା ଜଙ୍ଗଲ ସୁରକ୍ଷା ମଞ୍ଚ ଦ୍ୱାରା ପ୍ରାୟ ୧୬ ବର୍ଗ କିଲୋମିଟର ଜଙ୍ଗଲକୁ ଗାଁ ଲୋକଙ୍କ ଦ୍ୱାରା ସୁରକ୍ଷିତ ଓ ସଂରକ୍ଷିତ କରିପାରିଛନ୍ତି। ତାଙ୍କୁ ମାନପତ୍ର ସହ ୨ ଲକ୍ଷ ୫୦ ହଜାର ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି।

ସେହିପରି ଅବହେଳିତ ଶିଶୁଙ୍କୁ ଶିକ୍ଷା ଦାନ ପାଇଁ ଯୁବ ଇଂଜିନିୟର ଅନୀଲ ପ୍ରଧାନଙ୍କୁ ମିଳିଛି ଜୁରୀ କମେଣ୍ଡେସନ ସାର୍ଟିଫିକେଟ୍। ଏହି ଉତ୍ସବରେ ବଂଶୀଧର ଇଲା ପଣ୍ଡା ଫାଉଣ୍ଡେସନ୍‌ ସିଇଓ ଶୈଫାଲିକା ପଣ୍ଡା, ଅକ୍ସଫାମ୍ ସିଇଓ ଅମିତାଭ ବେହର ଓ ଇନଷ୍ଟିଚ୍ୟୁଟ୍‌ ଅଫ୍ କେମିକାଲ୍ ଟେକ୍ନୋଲଜି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଭାସ୍କର ନାରାୟଣ ଥୋରଟ ପ୍ରମୁଖ ଉପସ୍ଥିତ ଥିଲେ।



from Odisha Reporter https://ift.tt/3cUFVWI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages