ଇମ୍ଫାଲ: ମଣିପୁରରେ ପ୍ରଥମ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହା ନର୍ଥ ଇଷ୍ଟ ବା ଉତ୍ତର-ପୂର୍ବ ଭାରତରେ ମଧ୍ୟ ପ୍ରଥମ। ଏହି ଅଞ୍ଚଳରେ ଆଜି ଯାଏ କରୋନା ଭାଇରସ୍ ଚିହ୍ନଟ ହୋଇନଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଆକ୍ରାନ୍ତ ଜଣକ ୨୩ ବର୍ଷର ଯୁବତୀ ଜଣକ ବ୍ରିଟେନ୍ରୁ ଫେରିଥିଲେ। ସେ ବର୍ତ୍ତମାନ ଇମ୍ଫାଲର ଜବାହରଲାଲ ନେହରୁ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଜେଏନ୍ଆଇଏମ୍ଏସ୍) ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ଏହା ପୂର୍ବରୁ ସୋମବାର ମଣିପୁର ସରକାର ରାଜ୍ୟରେ ସମ୍ପୂର୍ଣ୍ଣ ଲକ୍ଡାଉନ୍ ଲାଗୁ କରିଛନ୍ତି। ଏହା ମାର୍ଚ୍ଚ ୩୧ ଯାଏ ଲାଗୁ ହେବ। ପ୍ରତିଷେଧକ ପଦକ୍ଷେପ ଭାବେ ଏହା ଲାଗୁ କରାଯାଇଛି। ଏହି ଲକ୍ଡାଉନ୍ରୁ ଜରୁରୀକାଳୀନ ସେବାକୁ ବାଦ୍ ରଖାଯାଇଛି।
ସରକାର ନିର୍ଦ୍ଦେଶ ଦେଇଛନ୍ତି, ଲୋକେ ହୋମ୍ କ୍ୱାରେଣ୍ଟାଇନ୍ ନିୟମ ମାନିବାକୁ ହେବ। ଏହି ନୂଆ ଭାଇରସ୍ ସମ୍ବନ୍ଧିତ କୌଣସି ଲକ୍ଷଣ ଦେଖିଲେ ନ ଲୁଚାଇବାକୁ ସରକାର ଲୋକଙ୍କୁ କହିଛନ୍ତି।
from Odisha Reporter https://ift.tt/39kuXqw
No comments:
Post a Comment