କୋରନା ସତର୍କତା; ନୋଟ୍‌ ବ୍ୟବହାର ନେଇ ବି ଜାରି ହେଲା ଗାଇଡ୍‌ଲାଇନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 22, 2020

କୋରନା ସତର୍କତା; ନୋଟ୍‌ ବ୍ୟବହାର ନେଇ ବି ଜାରି ହେଲା ଗାଇଡ୍‌ଲାଇନ୍‌

ନୂଆଦିଲ୍ଲୀ: କରୋନା ସଂକ୍ରମଣ ରୋକିବା ଲାଗି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ମାନେ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଥିବା ବେଳେ ଭାରତୀୟ ବ୍ୟାଙ୍କ ଆସୋସିଏସନ୍‌ ବି ଏଥିରେ ସାମିଲ ହୋଇଛି। ଆସୋସିଏସନ୍ ପକ୍ଷରୁ ମଧ୍ୟ କରୋନା ସଂକ୍ରମଣ ରୋକିବା ପାଇଁ ଗାଇଡ୍‌ଲାଇନ୍ ଜାରି କରାଯାଇଛି। କରେନ୍ସି ନୋଟ୍ ଧରିଲା ପରେ ଭଲ ଭାବେ ହାତ ଧୋଇବାକୁ ଆସୋସିଏସନ ପରାମର୍ଶ ଦେଇଛି। ଟଙ୍କା ମାଧ୍ୟମରେ ମଧ୍ୟ ସଂକ୍ରମଣ ବ୍ୟାପିବାର ସମ୍ଭାବନା ରହିଥିବାରୁ ଏଭଳି ପରାମର୍ଶ ଦିଆଯାଇଛି।

ଜାରି କରାଯାଇଥିବା ଗାଇଡ୍‌ ଲାଇନ୍‌ରେ କୁହାଯାଇଛି ଯେ ହାତରେ ଟଙ୍କା ଧରିଲା ପରେ ଅତି କମ୍‌ରେ ୨୦ ସେକେଣ୍ଡ ପାଇଁ ଭଲ ଭାବେ ହାତ ଧୁଅନ୍ତୁ।
ଏହା ସହିତ ଏଭଳି ସମୟରେ ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱ ଦେବାକୁ କୁହାଯାଇଛି। ଯଥା ସମ୍ଭବ ୟୁପିଆଇ, କ୍ରେଡିଟ କାର୍ଡ ଓ ଡେବିଟ କାର୍ଡରେ ଦେଣନେଣ କରିବାକୁ ସଂଘ ପରାମର୍ଶ ଦେଇଛି।



from Odisha Reporter https://ift.tt/2QCQHXY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages