ପ୍ରଶାସନର ଖାମଖିଆଲ କାମ ଯୋଗୁ ଅନ୍ଧାରରେ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 8, 2020

ପ୍ରଶାସନର ଖାମଖିଆଲ କାମ ଯୋଗୁ ଅନ୍ଧାରରେ ଲୋକେ

ମୁନିଗୁଡ଼ା(ନନ୍ଦକିଶୋର ପଟ୍ଟନାୟକ): ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍‌ ବୁଡୁବାଲି ପଞ୍ଚାୟତରେ ରହିଛି ବ୍ରାହାଗାଡ଼ା ଗାଁ। ଏହି ଗାଁରେ ୨୦ ଘର ବାସବାସ କରନ୍ତି। ଲୋକଙ୍କୁ ବିଦ୍ୟୁତ୍‌ ସେବା ଯୋଗାଇ ଦେବା ପାଇଁ ଗାଁରେ ୨୦୧୮ ମସିହାରେ ବିଦ୍ୟୁତ ଖୁଣ୍ଟି ପୋତା ଯାଇଥିଲା। ଆଉ ଘରେ ଘରେ ମିଟର ବସିଲା। ଏହାପରେ ପ୍ରତି ଘରେ ବିଦ୍ୟୁତ୍ ସଂଯୋଗ ଦିଆଯାଇଥିଲା। ଆଉ ଗାଁରେ ବିଜୁଳୀ ବତି ଲାଗିଲା। ହେଲେ ଲୋକେ ମାସେ ବିଦ୍ୟୁତ୍ ସେବା ପାଇବା ପରେ ଯେଉଁ ଅନ୍ଧାରକୁ ସେହି ଅନ୍ଧାରରେ ରହିଛନ୍ତି। ଆଜି ଯାଏ ଗାଁକୁ ଆଉ ବିଜୁଳି  ଆସି ପାରି ନାହିଁ। ଫଳରେ ବହୁ କଷ୍ଟରେ ବଣ ଜଙ୍ଗଲ ଭରା ଗାଁରେ ଜୀବନ କାଟୁଛନ୍ତି ଲୋକେ।

ଗାଁର ଭକ୍ତି ନାଥ କହିଛନ୍ତି,“ଦୁଇ ବର୍ଷ ହେଲାଣି ଗାଁରେ କରେଣ୍ଟ ନାହିଁ। ବିଦ୍ୟୁତ୍‌ ପୋଲ ଠିକ୍ ଭାବେ ପୋତା ଯାଇ ନଥିବାରୁ ତାହା ଭୁଶୁଡ଼ି ଯାଇ ତଳେ ପଡ଼ିଗଲାଣି।”

ଗାଁର ପ୍ରମୋଦିନୀ କହିଁର କହିଛନ୍ତି,“ସାର୍‌ ମାନେ ଆସି ଦେଖି ଯାଉଛନ୍ତି। ହେଲେ କିଛି କରୁ ନାହାନ୍ତି। ଆମେ ବହୁତ ଅସୁବିଧାରେ ଚଳୁଛୁ, କରେଣ୍ଟ ଠିକ୍ କରି ଦିଅ ବୋଲି କହୁଛୁ। କରେଣ୍ଟ ଦିଆଯିବ ବୋଲି କହୁଛନ୍ତି। ହେଲେ ଆଜି ଯାଏ ଗାଁକୁ କରେଣ୍ଟ ଆସି ନାହିଁ।”

ସେହିପରି ବୁଡୁବାଲି ପଞ୍ଚାୟତର ପୋକୁରା ଗାଁରେ ମଧ୍ୟ ସେହି ସମାନ ଅବସ୍ଥା।  ଏହି ଗାଁରେ ୧୫ ଘର ବସବାସ କରନ୍ତି। ଗାଁରେ ବିଦ୍ୟୁତ୍‌ ପୋଲ ପୋତା ଯାଇଛି। ଘରେ ଘରେ ବିଦ୍ୟୁତ ସଂଯୋଗ ମଧ୍ୟ କରାଯାଇଥିଲା।  ହେଲେ ଦୁଇବର୍ଷ ହେବ ଗାଁରେ ବିଦ୍ୟୁତ୍ ସେବା ପୂରା ଠପ୍ ହୋଇ ଯାଇଛି। ଫଳରେ ପିଲାଙ୍କ ପାଠପଢ଼ାରେ ଅସୁବିଧା ହେଉଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।

ପୋକୁରା ଗାଁର ଅନିତା କହିଛନ୍ତି,“ବିଦ୍ୟୁତ୍ ଖୁଣ୍ଟ ପୋତା ଯାଇଛି, ହେଲେ ଗାଁକୁ ବିଦ୍ୟୁତ୍ ଆସୁ ନାହିଁ। ବିଦ୍ୟୁତ ନଥିବାରୁ ଆମେ ବହୁତ କଷ୍ଟରେ ବଞ୍ଚୁଛୁ। ଏଥିସହ ପିଲାମାନେ ପାଠ ପଢ଼ିଲା ବେଳେ ଅସୁବିଧା ହେଉଛି। ଏନେଇ ଆମେ ପ୍ରଶାସନକୁ ଜଣାଇଛୁ, ହେଲେ କେହି ଆମ କଥା ଶୁଣୁ ନାହାନ୍ତି।”

ଗାଁର ଜହନ ଗଗେରେଙ୍ଗା କହିଛନ୍ତି,“ଦୁଇ ବର୍ଷ ହେବ ଗାଁରେ ବିଦ୍ୟୁତ୍‌ ପୋଲ ପୋତା ଯାଇଥିଲା। ମାସେ କରେଣ୍ଟ ଆସିଲା ପରେ ଆଉ କରେଣ୍ଟ ଆସୁ ନାହିଁ।  ପୋଲ ଗୁଡ଼ିକ ଭାଙ୍ଗିକି ପଡ଼ିଛି। ଲାଇନ୍‌ ମ୍ୟାନ୍‌ ମାନେ ଆସି ଦେଖୁଛନ୍ତି। ଖବ୍‌ଶୀଘ୍ର ସଜଡ଼ା ଯାଇ କରେଣ୍ଟ ଦିଆଯିବ ବୋଲି କହୁଛନ୍ତି, ଏବେ ପର୍ଯ୍ୟନ୍ତ କିଛି ସଜାଡୁ ନାହାନ୍ତି। ଅନ୍ଧାର ଯୋଗୁ ପିଲାମାନେ ପାଠ ପଢ଼ି ପାରୁ ନାହାନ୍ତି। କେବଳ ଆମ ଗାଁ ନୁହେଁ ଏହା ପାଖାପାଖି ୧୦ରୁ ୧୨ଟି ଗାଁରେ ବିଦ୍ୟୁତ ଖୁଣ୍ଟି ପୋତା ଯାଇଛି, ହେଲେ ଲୋକେ ଏମିତି ଅନ୍ଧାରରେ ରହୁଛନ୍ତି।”

ଏହି ଦୁଇଟି ଗାଁ ନୁହେଁ, ଏହି ପଞ୍ଚାୟତର  ମାଡୁମା, ଖଜୁରୀପଦର, କୁରୁମୁଗୁଡ଼ା ଓ ଗର୍ଲାଗୁଡ଼ି ଭଲି  ପ୍ରାୟ ୮ ଖଣ୍ଡ ଗାଁ ଲୋକେ ଦୁଇ ବର୍ଷ ହେବ  ବିଦ୍ୟୁତ୍ ସେବାରୁ ବଞ୍ଚିତ ହୋଇଛନ୍ତି।  ଏହି ସବୁ ଗାଁରେ ପୂର୍ବରୁ ଭଲ ରାସ୍ତ ନଥିଲା। ୨୦୧୯ ମସିହାରେ ଗାଁ ଗୁଡ଼ିକରେ ରାସ୍ତା କାମ ଆରମ୍ଭ ହୋଇଥିଲା। ଏହି ସମୟରେ ଠିକାଦାର ବିଦ୍ୟୁତ୍‌ ପୋଲ ତଳୁ ମାଟି ବାହାର କରି ଦେଇଛି। ଯଦ୍ୱାରା ବର୍ଷା ପବନରେ କିଛି ପୋଲ ଗୁଡ଼ିକ ତଳେ ପଡ଼ି ଯାଇଛି।  ଆଉ କିଛି  ପୋଲରୁ ତାର ଛିଡ଼ି ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଥିଯୋଗୁ ଗାଁ ଗୁଡିକରେ ବିଦ୍ୟୁତ୍‌ ସରବାହର ବନ୍ଦ ହୋଇ ଯାଇଛି। ଏମିତିକି ପୋତା ଯାଇଥିବା ପୋଲ ଓ  ଟଣା ଯାଇଥିବା ତାର ଗୁଡ଼ିକ ନିମ୍ନ ମାନର ହୋଇଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ତେଣୁ ବିଦ୍ୟୁତ୍ ବିଭାଗ ପକ୍ଷରୁ ଯଥାଶୀଘ୍ର ବିଦ୍ୟୁତ୍ ସେବା ଯୋଗାଇ ଦେବାକୁ ଦାବି ହୋଇଛି।

ମୁନିଗୁଡ଼ା ସାଉଥକୋର କନିଷ୍ଠ ଯନ୍ତ୍ରୀ ସତ୍ୟଜିତ୍‌ ରାକେଶ ସାହୁ କହିଛନ୍ତି, “ବୁଡୁବାଲି ପଞ୍ଚାୟତର କିଛି ଗାଁରେ ବିଦ୍ୟୁତ ସେବା ବନ୍ଦ ହୋଇଯାଇଥିବା ନେଇ ଅଭିଯୋଗ ଆସିଛି। ଏହି ସବୁ ଗାଁରେ ରାସ୍ତା କାମ ଚାଲିଥିଲା ବେଳେ ଅନେକ ବିଦ୍ୟୁତ୍‌ ପୋଲ ଡ୍ୟାମେଜ୍‌  ହୋଇ ଯାଇଥିଲା। ଏନେଇ କାମ ଆରମ୍ଭ ହୋଇଗଲାଣି। କାମ ସରିଲା ପରେ ଲୋକଙ୍କୁ ବିଦ୍ୟୁତ୍‌  ଦିଆଯିବ।”



from Odisha Reporter https://ift.tt/2Isd11Y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages