ନୂଆଦିଲ୍ଲୀ: ଚୀନରୁ ବ୍ୟାପିଥିବା କରୋନା ଭାଇରସ ଏବେ ସାରା ସାରା ବିଶ୍ୱରେ ବ୍ୟାପିଛି। ଏହି ମାରାତ୍ମକ କରୋନା ଭାଇରସ ପାଇଁ ଅନେକ କାର୍ଯ୍ୟକ୍ରମ ବାତିଲ୍ ହେଉଛି। ଏହି କ୍ରମରେ ବାଂଲାଦେଶ ସରକାର ମଧ୍ୟ ଶେଖ ମୁଜିବ ଉର ରେହମାନଙ୍କ ଜନ୍ମ ବାର୍ଷିକୀର ଶତବାର୍ଷିକୀ ଉତ୍ସବକୁ ବାତିଲ କରିଛନ୍ତି। ଶେଖ ମୁଜିବୁର ରହମାନ ‘ବାଂଲାଦେଶର ପିତା’ ଭାବରେ ଜଣାଶୁଣା।
ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ। ମାର୍ଚ୍ଚ ୧୭ରେ ପ୍ରଧାନମନ୍ତ୍ରୀ ବାଂଲାଦେଶ ଯାଇଥାନ୍ତେ। ସେଲିବ୍ରେସନ କମିଟିର ଅଧ୍ୟକ୍ଷ କମଲ ଅବଦୁଲ ଚୌଧୁରୀ ବାଂଲାଦେଶ ସରକାରଙ୍କ ଏହି ନିଷ୍ପତ୍ତି ବାତିଲ ସମ୍ପର୍କରେ ସୂଚନା ଦେଇଛନ୍ତି। ବାତିଲ୍ ହୋଇଥିବା କାର୍ଯ୍ୟକ୍ରମ ବର୍ଷେ ପର୍ଯ୍ୟନ୍ତ ପାଳନ ହେବ। ଏବେ ଲୋକଙ୍କ ଭିଡରୁ ଦୂରେଇ ରହିବାକୁ ବିଶେଷଜ୍ଞ ପରାମର୍ଶ ଦେଇଥିବାରୁ କାର୍ଯ୍ୟକ୍ରମ ବାବଦରେ ଆଗାମୀ ଦିନରେ ସୂଚନା ଦିଆଯିବ ବୋଲି ସେଲିବ୍ରେସନ କମିଟିର ଅଧ୍ୟକ୍ଷ କହିଛନ୍ତି।
ସେ ଆହୁରି କହିଛନ୍ତି, COVID-୧୯କୁ ଆଖି ଆଗରେ ରଖି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଏହି କାର୍ଯ୍ୟକ୍ରମର ଉଦଘାଟନ କରିବେ। କିନ୍ତୁ କୌଣସି ସାଧାରଣ ସଭାର ଆୟୋଜନ କରିବେ ନାହିଁ।
ଏହାସହିତ ଚଳିତ ସପ୍ତାହରେ ବାଂଲାଦେଶ ସଂସଦର ବାଚସ୍ପତି ଶିରିନ୍ ଶର୍ମିନ ଚୌଧୁରୀ ମଧ୍ୟ ଭାରତ ଗସ୍ତ ବାତିଲ କରିଛନ୍ତି। ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ନିମନ୍ତ୍ରଣ କ୍ରମେ ୧୮ ଜଣିଆ ପ୍ରତିନିଧିମଣ୍ଡଳୀର ନେତୃତ୍ୱ ନେଇଥାନ୍ତେ। ଅନ୍ୟପଟେ ରବିବାର ବାଂଲାଦେଶର ୩ ଜଣ ବ୍ୟକ୍ତି ଇଟାଲୀରୁ ଫେରିବା ପରେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।
ଚଳିତ ମାସରେ ପ୍ରଧାନମନ୍ତ୍ରୀ ମୋଦୀ ୟୁରୋପୀୟ ୟୁନିଅନର ସମ୍ମିଳନୀରେ ଯୋଗଦେବା ପାଇଁ ବ୍ରୁସଲେସ ଯାଇଥାନ୍ତେ। ହେଲେ କରୋନା ଭାଇରସ ବ୍ୟାପୁଥିବା ଦେଖି ମୋଦୀଙ୍କ ଗସ୍ତ ବାତିଲ୍ କରାଯାଇଛି। ସେହିପରି ହୋଲି ମିଳନ ପର୍ବ ଅବସରରେ ପ୍ରଧାନମନ୍ତ୍ରୀ ଓ ଅନ୍ୟାନ୍ୟ କେନ୍ଦ୍ରମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ନାହିଁ।
from Odisha Reporter https://ift.tt/2IuKUPV
No comments:
Post a Comment