ଗାଁ ମୁଣ୍ଡରୁ ଫେରିଗଲା ଆମ୍ବୁଲାନ୍ସ, ଜିପ୍‌ରେ ପ୍ରସବ କଲେ ମହିଳା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 8, 2020

ଗାଁ ମୁଣ୍ଡରୁ ଫେରିଗଲା ଆମ୍ବୁଲାନ୍ସ, ଜିପ୍‌ରେ ପ୍ରସବ କଲେ ମହିଳା

କୋରାପୁଟ(ସୂର୍ଯ୍ୟ ପଣ୍ଡା): ଗର୍ଭବତୀଙ୍କୁ ନେବାକୁ ଆସୁଥିବା ଆମ୍ବୁଲାନ୍ସ ଗାଁ ମୁଣ୍ଡରୁ ଫେରିଗଲା। ଅନ୍ୟୋନପାୟ ହୋଇ ପରିବାର ଲୋକେ ଏକ ଜିପ୍‌ ଭଡ଼ା କରି ମହିଳାଙ୍କ ଡାକ୍ତରଖାନା ନେଉଥିବା ବେଳେ ରାସ୍ତାରେ ହେଲା ପ୍ରସବ। ଗର୍ଭବତୀ ଓ ପ୍ରସୂତିଙ୍କ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଥିବା ସତ୍ତ୍ୱେ ରାସ୍ତାରେ ପ୍ରସବ ପରି ଲଜ୍ଜାଜନକ ଘଟଣା କୋରାପୁଟ ଜିଲ୍ଲା କୋଟିଆରେ ଘଟିଛି।

ସୂଚନା ଅନୁଯାୟୀ,  ବିବାଦୀୟ କୋଟିଆ ଗ୍ରାମପଞ୍ଚାୟତ ତଳସେମ୍ବି ଗ୍ରାମର ମୁକେୟା ହାରଡ଼ାଙ୍କ ପତ୍ନୀ ଗୁଣ୍ଡୁଲି ହାରଡାଙ୍କର ଗତକାଲି ପ୍ରସବ ବେଦନା ହେବାରୁ ଗ୍ରାମବାସୀ ୧୦୨ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଆମ୍ବୁଲାନ୍ସଟି ଆସିଥିବା ବେଳେ ଗାଁ ମୁଣ୍ଡରୁ ବିନା କାରଣରେ ଫେରି ପଳାଇଯାଇଥିବା ଗ୍ରାମବାସୀ କହିଛନ୍ତି। କ୍ରମଶଃ ଗୁଣ୍ଡୁଲିଙ୍କ ଯନ୍ତ୍ରଣା ବଢ଼ିବାରୁ ପରିବାର ଲୋକେ ଏକ କମାଣ୍ଡର ଜିପ୍‌ ଭଡ଼ା କରି ପଟ୍ଟାଙ୍ଗି ଡାକ୍ତରଖାନା ଆଣୁଥିଲେ।

କୋଟିଆ ଗ୍ରାମରୁ ୫ଶହ ମିଟର ଅତିକ୍ରମ କଲା ପରେ ଖବର ପାଇ ସ୍ଥାନୀୟ ଏଏନଏମ୍ ଏବଂ ଅଙ୍ଗନବାଡି କର୍ମୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ସେଠାରେ କମାଣ୍ଡରରେ ହିଁ ଗୁଣ୍ଡୁଲି ଏକ ଶିଶୁ କନ୍ୟା ଜନ୍ମ ଦେଇଥିଲେ। ସେଠାରୁ ଉଭୟଙ୍କୁ ମେଡିକାଲ ନିଆଯାଇଥିବା ବେଳେ ଉଭୟ ମା’ ଓ ନବଜାତ ଶିଶୁ ସୁସ୍ଥ ଥିବା ଜଣାଯାଇଛି।

ସରକାର ମା’ ଓ ଶିଶୁର ସୁରକ୍ଷା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ ସହ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବିଭିନ୍ନ ସମୟରେ ରାସ୍ତା କଡ଼ରେ ପ୍ରସବ ପରି ଘଟଣା ସାମନାକୁ ଆସୁଛି। ତେଣୁ ସରକାର ଏ ଦିଗରେ କେତେ ଯତ୍ନବାନ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।



from Odisha Reporter https://ift.tt/32ZzH3c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages