ଏକାଠି ଆସିବେ ସିଡ୍‌ନାଜ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 8, 2020

ଏକାଠି ଆସିବେ ସିଡ୍‌ନାଜ୍‌

ମୁମ୍ବାଇ: ‘ବିଗ୍‌ ବସ୍ ୧୩’ ଅନ୍ୟ ସିଜିନ୍‌ ଅପେକ୍ଷା ଅଧିକ ଚର୍ଚ୍ଚା ସାଉଁଟିଛି। ତେବେ ଶୋ’ରେ ସବୁଠୁ ଅଧିକ ଚର୍ଚ୍ଚା ହୋଇଥିଲା ଶେହନାଜ୍‌ ଗିଲ୍‌ ଓ ସିଦ୍ଧାର୍ଥ ଶୁକ୍ଳାଙ୍କ ରିଲେସନଶିପ୍‌କୁ ନେଇ। ଦର୍ଶକ ଏମାନଙ୍କ ଲଭ୍‌ଷ୍ଟୋରୀକୁ ବେଶ୍ ପସନ୍ଦ କରିଥିଲେ। ଶୋ’ରେ ଏମାନଙ୍କ ଭିତରେ କେବେ ପ୍ରେମ ତ କେବେ ଲଢ଼େଇ ଦେଖିବାକୁ ମିଳିଥିଲା। ସୋଶାଲ୍‌ ମିଡିଆରେ ଏମାନଙ୍କ ନାଁକୁ ମିଶାଇ ‘ସିଡ୍‌ନାଜ୍‌’ ନାଁରେ ଏକ ହ୍ୟାସ୍‌ଟ୍ୟାଗ୍‌ ବେଶ୍ ଅଧିକ ଟ୍ରେଣ୍ଡ କରିଥିଲା। ଶୋ’ ସରିଯିବା ପରେ ମଧ୍ୟ ଏମାନଙ୍କୁ ଦର୍ଶକଙ୍କ ଭଲପାଇବା ମିଳୁଛି। ‘ସିଡ୍‌ନାଜ୍‌’ ଏବେ ବି ଟ୍ରେଣ୍ଡ କରୁଛି ସୋଶାଲ୍‌ ମିଡିଆରେ। କାରଣ ଫ୍ୟାନ୍‌ମାନେ ପୁଣିଥରେ ଏମାନଙ୍କୁ ଏକାଠି ଦେଖିବାକୁ ଚାହୁଁଛନ୍ତି। ଆଉ ସେମାନଙ୍କ ଇଚ୍ଛା ଖୁବ୍‌ଶୀଘ୍ର ପୂରା ହେବାକୁ ଯାଉଛି।

‘ବିଗ୍‌ ବସ୍‌ ଫ୍ୟାନ୍‌ କ୍ଲବ୍‌’ର ସୂଚନା ଅନୁଯାୟୀ, ସିଡ୍‌ନାଜ୍‌ ଲୋକପ୍ରିୟ କମେଡ଼ି ଶୋ’ ‘ଦ କପିଲ ଶର୍ମା ଶୋ’ରେ ସାମିଲ୍‌ ହେବେ। ସେମାନେ ଶୋ’ରେ ଗ୍ରାଣ୍ଡ ଏଣ୍ଟ୍ରି କରିବେ। ଅବଶ୍ୟ ଏ ନେଇ କପିଲ୍‌ କି ସିଡ୍‌ନାଜ୍‌ଙ୍କ ତରଫ୍‌ରୁ କୌଣସି ଘୋଷଣା କରାଯାଇ ନାହିଁ। ତେବେ ସିଡ୍‌ନାଜ୍‌ଙ୍କ ଫ୍ୟାନ୍‌ମାନେ ବେଶ୍‌ ଉତ୍ସାହିତ ଅଛନ୍ତି ଓ ସେମାନେ ଆଶା ରଖିଛନ୍ତି ଯେ ସିଡ୍‌ନାଜ୍‌ ‘ଦ କପିଲ ଶର୍ମା ଶୋ’ରେ ସାମିଲ୍‌ ହେବେ।  ପୂର୍ବରୁ ମଧ୍ୟ ଏକ୍ସ ବିଗ୍‌ ବସ୍‌ ପ୍ରତିଯୋଗୀମାନେ ଏହି ଶୋ’କୁ ଅତିଥି ହୋଇ ଆସିଥିଲେ। ହେଲେ ସିଜିନ୍‌ ୧୩ର କୌଣସି ପ୍ରତିଯୋଗୀ ଏବେ ଯାଏ ଆସିନାହାନ୍ତି। ତେଣୁ ଶୋ’ର ବିଜେତା ସିଦ୍ଧାର୍ଥ ନିଜର ଖାସ୍‌ ବନ୍ଧୁ ଶେହନାଜଙ୍କୁ ନେଇ ଏହି କମେଡ଼ି ଶୋ’କୁ ପ୍ରଥମେ ଆସିବେ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ନିକଟରେ କଲର୍ସର ଶୋ’ ‘ମୁଝ୍‌ ସେ ଶାଦୀ କରୋଗେ’ରେ ଏ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଆଉ ଏହାର ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ୍ ହୋଇଥିଲା।

View this post on Instagram

#shehnaazgill 👫 #sidharthshukla 👫

A post shared by 💝 Sidnaaz 💝 (@sidnaaz_official) on



from Odisha Reporter https://ift.tt/39ClKui

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages