ପାଟକୁରା (ମନୋଜ ସ୍ୱାଇଁ): ସୋଶାଲ୍ ମିଡିଆରେ କରୋନା ଭାଇରସକୁ ନେଇ ମିଛ ଖବର ପ୍ରଚାର କରିବା ୪ ଯୁବକଙ୍କୁ ମହଙ୍ଗା ପ଼ଡିଛି। କରୋନାକୁ ନେଇ ମିଛ ଖବର ଭାଇରାଲ କରିବା ଅଭିଯୋଗରେ ୪ ଜଣଙ୍କୁ କେନ୍ଦ୍ରାପଡ଼ା ଟାଉନ ଥାନା ପୁଲିସ୍ ଗିରଫ କରିଛି।
ଏହି ୪ ଜଣ ଯୁବକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସରେ ଆକ୍ରାନ୍ତ ହୋଇଥିବା ସୋଶାଲ ମିଡିଆରେ ମିଛ ଖବର ପ୍ରସାର କରୁଥିଲେ। ଏଭଳି ମିଛ ଖବର ପ୍ରଚାର କରି ଲୋକଙ୍କୁ ଆତଙ୍କିତ କରୁଥିବା ଅଭିଯୋଗରେ ପୁଲିସ୍ ସେମାନଙ୍କୁ ଗତକାଲି ଗିରଫ କରିଛି।
ସେହିପରି କରୋନାକୁ ନେଇ ଗୁଜବ ପ୍ରଚାର କରି ଅନୁଗୋଳ ଜିଲ୍ଲାରେ ଜଣେ ଯୁବକ ଗିରଫ ହୋଇଛନ୍ତି।
ସୂଚନାଯୋଗ୍ୟ, ଗତ ୧୪ ତାରିଖରେ ସୋଶାଲ ମିଡିଆରେ କରୋନା ଭାଇସରକୁ ନେଇ ଗୁଜବ ପ୍ରଚାର କରି ଜଣେ ଶିକ୍ଷକ ଗିରଫ ହୋଇଥିଲେ। ଜିଲ୍ଲାପାଳ ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ। ଏହି ଘଟଣାଟି କଳାହାଣ୍ଡି ଜିଲ୍ଲାରେ ଘଟିଥିଲା।
from Odisha Reporter https://ift.tt/38U5XGc
No comments:
Post a Comment