କେଉଁ ବ୍ଲଡ ଗ୍ରୁପ ସହ କରୋନାର ସଂପର୍କ ଅଧିକ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 17, 2020

କେଉଁ ବ୍ଲଡ ଗ୍ରୁପ ସହ କରୋନାର ସଂପର୍କ ଅଧିକ!

ବେଜିଂ: ଚୀନର ଉହାନ ସହରକୁ ବିଶ୍ୱ ମହାମାରୀ କରୋନାର କେନ୍ଦ୍ରସ୍ଥଳ ବୋଲି କୁହାଯାଉଛି। ଉହାନର ଗବେଷକମାନେ ଆକ୍ରାନ୍ତଙ୍କୁ ନେଇ ଏକ ଗବେଷଣା କରିଛନ୍ତି। କେଉଁ ବ୍ଲଡ ଗ୍ରୁପ ପ୍ରତି କରୋନା ଅଧିକ ବିପଦ ରହିଛି ସେ ନେଇ ଗବେଷଣା କରିଛନ୍ତି। ଏହି ଗବେଷଣାରେ ବ୍ଲଡ ଗ୍ରୁପ ଏ ଥିବା ବ୍ୟକ୍ତି କରୋନା ଭାଇରସ ଦ୍ୱାରା ଅଧିକ ସଂକ୍ରମିତ ହେବାର ସମ୍ଭାବନା ରହିଛି। ସେହିପରି ଓ ବ୍ଲଡ ଗ୍ରୁପ ପ୍ରତି କରୋନା ଭାଇରସ ସଂକ୍ରମିତ ହେବାର ସମ୍ଭାବନା କମ୍ ରହିଛି ବୋଲି ଜଣାପଡ଼ିଛି। ଏ ନେଇ ବ୍ରିଟେନର ଦୈନିକ ଖବରକାଗଜ ଡେଲିମେଲରେ ଖବର ପ୍ରକାଶ ପାଇଛି।

ଏହି ବୈଜ୍ଞାନିକମାନେ ଉହାନରେ କରୋନାରେ ଆକ୍ରାନ୍ତ ହୋଇଥିବା ୨୧୭୩ ଜଣଙ୍କ ଉପରେ ଗବେଷଣା କରିଥିଲେ। ଉହାନର ତିନୋଟି ହସ୍ପିଟାଲରେ ଏହି ଆକ୍ରାନ୍ତମାନେ ଭର୍ତ୍ତି ହୋଇଥିଲେ। ଏଥିମଧ୍ୟରୁ ୨୦୬ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ୨୦୬ ଜଣଙ୍କ ମଧ୍ୟରୁ ୮୫ ଜଣଙ୍କ ବ୍ଲଡ ଗ୍ରୁପ ‘ଏ‘ ବୋଲି ଜଣାପଡ଼ିଛି। ସେହିପରି ୫୨ ଜଣଙ୍କର ବ୍ଲଡ ଗ୍ରୁପ ‘ଓ‘ ରହିଛି।

ଏହାବାଦ୍ ମୋଟ୍ ୨୧୭୩ ଆକ୍ରାନ୍ତଙ୍କ ମଧ୍ୟରେ ବ୍ଲଡ ଗ୍ରୁପ ଏ ୩୨ ପ୍ରତିଶତ ରହିଥିବା ବେଳେ ବ୍ଲଡ ଗ୍ରୁପ ଓ ୨୬ ପ୍ରତିଶତ ରହିଥିଲେ। ଏହି ରିପୋର୍ଟ ଆଧାରରେ ଗବେଷକମାନେ କହିଛନ୍ତି, ବ୍ଲଡ ଗ୍ରୁପ ଏ ପ୍ରତି କରୋନା ବିପଦ ଅଧିକ ରହିଥିବା ବେଳେ ଅନ୍ୟ ବ୍ଲଡ ଗ୍ରୁପ ପ୍ରତି କମ୍ ରହିଛି।

ତେବେ ଏହି ରିପୋର୍ଟକୁ ନେଇ ଚୀନ ସରକାର କୌଣସି ସ୍ପଷ୍ଟୀକରଣ ରଖିନାହାନ୍ତି। ହେଲେ ଏହି ଗବେଷଣା ଆଗାମୀ ଦିନରେ ଗବେଷକଙ୍କ ପାଇଁ ଅଧିକ ଫଳପ୍ରଦ ହେବ ବୋଲି ଚୀନର ଲାବୋରେଟୋରୀ ଅଫ୍ ଏକ୍ସପେରିମେଣ୍ଟାଲ୍ ହେମାଟୋଲୋଜିର ବୈଜ୍ଞାନିକ ଗାଓ ୟିଙ୍ଗଦାଇ କହିଛନ୍ତି।

ତେବେ ଯଦି ଆପଣଙ୍କ ବ୍ଲଡ ଗ୍ରୁପ ଏ ତାହେଲେ ଡରିବାର ଆବଶ୍ୟକ ନାହିଁ ବୋଲି ଗାଓ ୟିଙ୍ଗଦାଇ କହିଛନ୍ତି। ଆକ୍ରାନ୍ତ ହେବାର ସମ୍ଭାବନା ଏବଂ ଆରୋଗ୍ୟ ହେବା ଭିତରେ ପାର୍ଥକ୍ୟ ରହିଛି।

ଚୀନ ଗବେଷଣା ଉପରେ ଆଧାରିତ ଏହି ରିପୋର୍ଟ



from Odisha Reporter https://ift.tt/3b0DpMw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages