ଭାବବିହ୍ୱଳ ହେଲେ ବୁଦ୍ଧାଦିତ୍ୟ, ମା’ ମାଳବିକା ଦେଲେ ଧନ୍ୟବାଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 22, 2020

ଭାବବିହ୍ୱଳ ହେଲେ ବୁଦ୍ଧାଦିତ୍ୟ, ମା’ ମାଳବିକା ଦେଲେ ଧନ୍ୟବାଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଗତକାଲି ପୂରା ଦେଶରେ ଲୋକେ ‘ଜନତା କର୍ଫ୍ୟୁ’ରେ ସାମିଲ ହୋଇଥିଲେ। ସାମାଜିକ ଦୂରତ୍ୱ ମାଧ୍ୟମରେ କୋରାନା ଭାଇରସ୍‌କୁ ମାତ୍ ଦେବାକୁ ଏଭଳି ପଦକ୍ଷେପ ନିଆଯାଇଥିଲା, ଯାହା ସକାଳ ୭ଟାରୁ ଆରମ୍ଭ ହୋଇ ରାତି ୯ଟା ପର୍ଯ୍ୟନ୍ତ ଚାଲିଥିଲା। ଆଉ ଏହା ମଧ୍ୟରେ ଅପରାହ୍ନ ୫ଟାରେ ଜରୁରୀକାଳୀନ ସେବାରେ ନିୟୋଜିତ ଥିବା କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇବାକୁ ସମସ୍ତେ ଘରୁ ବାହାରି ତାଳି ମାରିଥିଲେ ଓ ଥାଳି ବଜାଇଥିଲେ। ସେହିପରି କେହି କେହି ଘଣ୍ଟି ଓ ଘଣ୍ଟ ବଜାଇଥିଲେ ତ ଆଉ କେହି କେହି ଶଙ୍ଖ ବି ଫୁଙ୍କି ଥିଲେ। ଅନ୍ୟମାନଙ୍କ ଭଳି ଅଭିନେତ୍ରୀ ଓ ଲେଖିକା ମାଳବିକା ରାୟ ଅପରାହ୍ନ ୫ଟାରେ ଘର ଛାତ ଉପରେ କିଛି ସମୟ ଘଣ୍ଟ ବଜାଇଥିଲେ। ଆଉ ସୋଶାଲ୍ ମିଡିଆରେ ଏହାର ଏକ ଭିଡିଓ ଶେଆର କରିଛନ୍ତି ତାଙ୍କ ପୁଅ ତଥା ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି।

ଫେସବୁକରେ ବୁଦ୍ଧାଦିତ୍ୟ ଏହି ଭିଡିଓ ଶେଆର କରି କହିଛନ୍ତି, ଏହା ଏକ ଭାବବିହ୍ୱଳ ମୁହୂର୍ତ୍ତ। ଭାରତରେ ଆଗରୁ କେବେ ବି ଏମିତି ହୋଇନି। ବର୍ତ୍ତମାନ ଆମେ ସମସ୍ତେ ଏକ।

ସୂଚନାଯୋଗ୍ୟ, ଗତକାଲି ଜନତା କାର୍ଫ୍ୟୁକୁ ଓଲିଉଡର ଅନେକ କଳାକାର ସମର୍ଥନ କରିଥିଲେ। ଘରେ ରହି କିଛି କଳାକାର ଭିଡିଓ ଶେଆର କରିଥିଲେ ଓ ସମସ୍ତେ କରୋନା ଭାଇରସ କବଳରୁ ମୁକ୍ତି ପାଇବା ପାଇଁ ଘରେ ରୁହନ୍ତୁ ବୋଲି ନିବେଦନ କରିଥିଲେ।

Buddhaditya Mohanty Mohanty यांनी वर पोस्ट केले रविवार, २२ मार्च, २०२०



from Odisha Reporter https://ift.tt/2J5oXa7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages