ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକ୍ରମେ ଆଜି ସକାଳ ୭ଟାରୁ ସାରା ଦେଶରେ ‘ଜନତା କର୍ଫ୍ୟୁ’ ଆରମ୍ଭ ହୋଇଛି। ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରୁଥିବା ଦୋକାନଗୁଡ଼ିକୁ ଛାଡ଼ି ଦେଲେ ବାକି ସବୁ ବନ୍ଦ ରହିଛି। ଆମ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ଲୋକେ ଏହି ‘ଜନତା କର୍ଫ୍ୟୁ’ ସାମିଲ ହୋଇଛନ୍ତି। ତେବେ ଜନତା ‘ଜନତା କର୍ଫ୍ୟୁ’ ପାଇଁ ଭୁବନେଶ୍ୱରରେ କମିଶନରେଟ୍ ପୁଲିସ୍ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି।
ଜରୁରୀକାଳୀନ କାର୍ଯ୍ୟ ପାଇଁ ଯଦି କୌଣସି ବ୍ୟକ୍ତି ବାହାରକୁ ଯିବାକୁ ଚାହାନ୍ତି, ତେବେ ଏସମ୍ପର୍କରେ ଜଣାଇଲେ କମିଶନରେଟ ପୁଲିସ୍ ପକ୍ଷରୁ ସ୍ୱତନ୍ତ୍ର ପାସ୍ ଯୋଗାଇ ଦିଆଯିବ। ଏଥିପାଇଁ ୧୦୦କୁ ଫୋନ୍ କଲ୍ କରି ପୁଲିସ୍ ଠାରୁ ପାସ୍ ପାଇପାରିବେ। ନଚେତ୍ ରାସ୍ତାରେ ଯିବା ବେଳେ ମୁତୟନ ଥିବା ଏସିପି କିମ୍ବା ଇନ୍ସପେକ୍ଟଙ୍କୁଠାରୁ ପାସ୍ ପାଇ ପାରିବେ ବୋଲି ଭୁବନେଶ୍ୱର ଡିସିପି ଅନୁପ ସାହୁ ସୂଚନା ଦେଇଛନ୍ତି।
from Odisha Reporter https://ift.tt/2QBA2UR
No comments:
Post a Comment