ଆଜିଠୁ ବ୍ରଜରାଜନଗର ବି ଲକ୍‌ଡାଉନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 21, 2020

ଆଜିଠୁ ବ୍ରଜରାଜନଗର ବି ଲକ୍‌ଡାଉନ୍‌

ଝାରସୁଗୁଡ଼ା (ଓଡ଼ିଶା ରିପୋର୍ଟର): ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ସହରକୁ ଲକ୍‌ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆଜି ସକାଳ ୭ଟାରୁ ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ବ୍ରଜରାଜନଗରକୁ ଲକ୍‌ଡାଉନ୍ ଘୋଷଣା କରାଯାଇଛି। ସରକାର ଝାରସୁଗୁଡ଼ା ସହରକୁ ଲକ୍‌ଡାଉନ୍‌ ଘୋଷଣା କରିଥିବା ବେଳେ ବ୍ରଜରାଜନଗରକୁ ଲକ୍‌ଡାଉନ୍ କରିବାକୁ ଜିଲ୍ଲା ସ୍ତରରେ ନିଷ୍ପତ୍ତି ହୋଇଛି।

ସୂଚନାଯୋଗ୍ୟ, କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଗତକାଲି ୫ ଜିଲ୍ଲା- ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳର ସବୁ ସହର ଓ ଗାଁକୁ ପ୍ରାୟ ସଂପୂର୍ଣ୍ଣ ଲକ୍‌ଡାଉନ୍ ଘୋଷଣା କରିଛନ୍ତି। ସେହିପରି ଝାରସୁଗୁଡ଼ା ସମେତ ସମ୍ବଲପୁର, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ୍ ଓ ଯାଜପୁର ଟାଉନ୍ ଭଳି ୮ଟି ସହରକୁ ମଧ୍ୟ ଲକ୍‌ଡାଉନ୍ ଘୋଷଣା କରାଯାଇଛି। ଆଜି ସକାଳ ୭ଟାରୁ ୨୯ ରାତି ୯ଟା ପର୍ଯ୍ୟନ୍ତ ଏସବୁ ସ୍ଥାନ ପ୍ରାୟ ସଂପୂର୍ଣ୍ଣ ଲକ୍‌ଡାଉନ୍ ରହିବ। ସଂପୃକ୍ତ ଅଞ୍ଚଳରେ ସର୍ବାଧିକ ବିଦେଶ ଫେରନ୍ତା ଥିବାରୁ ଲକ୍‌ଡାଉନ୍ ଘୋଷଣା କରାଯାଇଛି।

ଏହି କଟକଣାରୁ ଏୟାରପୋର୍ଟ, ରେଲୱେ ଓ ବସଷ୍ଟାଣ୍ଡ ଆଦି ଲକଡାଉନ୍ ମୁକ୍ତ ରହିବ। ଅନ୍ୟ ସମସ୍ତ ଜରୁରୀକାଳୀନ ସେବା ଲକ୍ ଡାଉନ୍ ମୁକ୍ତ ରହିବ। ଗ୍ରୋସରୀ, ପରିବା, ମାଛ, ମାଂସ, ଅଣ୍ଡା ଦୋକାନ ଖୋଲା ରହିବ। ପେଟ୍ରୋଲ ପମ୍ପ ଓ ମେଡିସିନ ଦୋକାନ ମଧ୍ୟ ଖୋଲା ରହିବ। ଅତ୍ୟାବଶ୍ୟକ ଦ୍ରବ୍ୟର ହୋଲସେଲ ମାର୍କେଟ ଖୋଲା ରହିବ। ସେହିପରି ହସ୍ପିଟାଲ, ବ୍ୟାଙ୍କ, ଏଟିଏମ୍‌ ଓ ପୌର ସେବା ଜାରି ରହିବ। ପୁଲିସ, ଅଗ୍ନିଶମ, ଓଡ୍ରାଫ୍, ପାନୀୟ ଜଳ, ବିଦ୍ୟୁତ ସେବା ଜାରି ରହିବ। କେବଳ ଜରୁରୀ ଜିନିଷ ପାଇଁ ବାହାରକୁ ଯିବାକୁ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଅପିଲ୍ କରିଛନ୍ତି।



from Odisha Reporter https://ift.tt/2UpvGRO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages