ମଧ୍ୟପ୍ରଦେଶ ସଙ୍କଟ: ୨୦ ମନ୍ତ୍ରୀଙ୍କ ସାମୂହିକ ଇସ୍ତଫା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 9, 2020

ମଧ୍ୟପ୍ରଦେଶ ସଙ୍କଟ: ୨୦ ମନ୍ତ୍ରୀଙ୍କ ସାମୂହିକ ଇସ୍ତଫା

ଭୋପାଲ: ଏଥରର ହୋଲି ସବୁ ରାଜ୍ୟ ପାଇଁ ଭିନ୍ନ, ଆଉ ମଧ୍ୟପ୍ରଦେଶ ପାଇଁ ଭିନ୍ନ। କଂଗ୍ରେସର ଟାଣୁଆ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ବିଦ୍ରୋହ ଏବେ ସ୍ଥାନୀୟ ରାଜନୀତିକୁ ଉଷ୍ମ କରିଛି। ଗତକାଲି ୧୭ କଂଗ୍ରେସ ବିଧାୟକ ବେଙ୍ଗାଲୁରୁରେ ମେଳି କରିବା ପରେ ମୁଖ୍ୟମନ୍ତ୍ରୀ କମଲ ନାଥ ରାତି ଅଧିଆ ବୈଠକ ଡାକିଛନ୍ତି। ଏହି ବୈଠକ ପରେ ୨୦ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି।

କମଲ ନାଥ ଇଶାରା ଦେଇଛନ୍ତି, ସେ କ୍ୟାବିନେଟ୍‌ରେ ପରିବର୍ତ୍ତନ ଆଣି ବିଦ୍ରୋହର ସମାଧାନ କରିବେ। ସେ କହିଛନ୍ତି, ମାଫିଆଙ୍କ ସହାୟତାରେ ସୃଷ୍ଟି କରାଯାଉଥିବା ଅସ୍ଥିରତା ହେବାକୁ ଦେବିନି। ମଧ୍ୟପ୍ରଦେଶ ଲୋକଙ୍କ ବିଶ୍ୱାସ ଓ ଭଲପାଇବା ମୋର ଶକ୍ତି। ମଧ୍ୟପ୍ରଦେଶର ଲୋକେ ଗଢ଼ିଥିବା ସରକାରରେ ଅସ୍ଥିରତା ଆସିବାକୁ ଦେବିନି।

ଏହି କ୍ୟାବିନେଟ୍‌ ବୈଠକ ପୂର୍ବରୁ କମଲ ନାଥ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଭେଟିଥିଲେ। ଏଥି ସହ ଅନ୍ୟ ନେତାଙ୍କ ସହ ଆଲୋଚନା କରିଥିଲେ। ତେବେ ପ୍ରଥମେ ଏହି ଆଲୋଚନା ରାଜ୍ୟସଭା ଆସନ ସମ୍ପର୍କିତ ବୋଲି ସେ କହିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ସେ କହିବା ପାଇଁ କିଛି ବି ବାକି ନଥିଲା।

ବିଜେପି ମଧ୍ୟ ଅଙ୍କ କଷିବା ଆରମ୍ଭ କରିଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ବାସଭବନଠାରେ ଅନୁଷ୍ଠିତ ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଯୋଗଦେଇ ସ୍ଥିତି ବାବଦରେ ଅବଗତ କରିଛନ୍ତି। ବିଜେପି ବିଧାୟକମାନଙ୍କୁ ଭୋପାଲ ଡାକି ଶକ୍ତି ପ୍ରଦର୍ଶନ କରିବାର ଅଛି। ଏହାପରେ ଶିବରାଜଙ୍କୁ ବିଧାୟକ ଦଳର ନେତା ବଛାଯିବାର ଅଛି। କଂଗ୍ରେସ ସରକାରରେ କିଛି ଓଲମ୍‌ ବିଲମ୍‌ ହେଲେ ବିଜେପି ସରକାର ଗଠନ ଦାବି କରିବ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/33c4zh2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages