ବିଦେଶରୁ ଫେରିବା ପରେ ହୋମ୍ ଆଇସୋଲେସନରେ ମୋଦୀଙ୍କ ପୂର୍ବତନ ମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 18, 2020

ବିଦେଶରୁ ଫେରିବା ପରେ ହୋମ୍ ଆଇସୋଲେସନରେ ମୋଦୀଙ୍କ ପୂର୍ବତନ ମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଯେଉଁମାନେ ବିଦେଶରୁ ଆସୁଛନ୍ତି ସେମାନଙ୍କୁ ଆଇସୋଲେସନ କରି ରଖାଯାଉଛି। ଏହାରି ଭିତରେ ବିଜେପି ସାଂସଦ ତଥା ପୂର୍ବତନ ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ସାଉଦି ଆରବରୁ ଫେରିଛନ୍ତି। ଦିଲ୍ଲୀରେ ପହଞ୍ଚିବା ପରେ ପ୍ରଭୁଙ୍କ କରୋନା ଟେଷ୍ଟ ହୋଇଛି। ଏଥିରେ ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଛି। ତଥାପି ୧୪ ଦିନ ପାଇଁ ସୁରେଶ ପ୍ରଭୁଙ୍କୁ ହୋମ୍ ଆଇସୋଲେସନରେ ରଖାଯାଇଛି।

ଏହା ପୂର୍ବରୁ ମୋଦୀ ସରକାରରେ ରାଜ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ଭି. ମୁରଲୀଧରନ ମଧ୍ୟ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ସନ୍ଦେହ କରି କେରଳର ତ୍ରିଭେନ୍ଦ୍ରମସ୍ଥିତ ତାଙ୍କ ଘରେ ଆଇସୋଲେସନରେ ରହିଛନ୍ତି। ତାଙ୍କର ମଧ୍ୟ କରୋନା ପରୀକ୍ଷା ହୋଇଛି। ରେଜଲ୍ଟ ନେଗେଟିଭ୍ ରହିଛି।

ଭି. ମୁରଲୀଧରନ କରୋନା ସନ୍ଦିଗ୍ଧ ବୋଲି ନିଜକୁ ବିଚାର କରିବାର କାରଣ, ଗତ ୧୪ ତାରିଖ ଦିନ ସେ ତ୍ରିଭେନ୍ଦ୍ରମର ଏକ ମେଡିକାଲ କଲେଜର ପ୍ରତିଷ୍ଠା କରିଥିଲେ। ସେଠାରେ ଜଣେ ଡାକ୍ତର ଯୋଗ ଦେଇଥିଲେ। ଯିଏକି ସ୍ପେନ ଗସ୍ତ ସାରି ଏହି ପ୍ରତିଷ୍ଠା ଉତ୍ସବରେ ସାମିଲ୍ ହୋଇଥିଲେ। ମାର୍ଚ୍ଚ୧୫ରେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଏବେ ସେ ଚିକିତ୍ସାଧୀନ ରହିଛନ୍ତି।



from Odisha Reporter https://ift.tt/3bgAbVF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages