କରୋନାରେ ଆକ୍ରାନ୍ତ ହେଲେ ଜଣେ ଯବାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 18, 2020

କରୋନାରେ ଆକ୍ରାନ୍ତ ହେଲେ ଜଣେ ଯବାନ

ନୂଆଦିଲ୍ଲୀ: ବେକାବୁ ହୋଇଥିବା କରୋନା ଭାଇରସ ଏବେ ଜଣେ ଯବାନ (୩୪)ଙ୍କ ନିକଟରେ ଚିହ୍ନଟ ହୋଇଛି। ଏହି ଯବାନ ଲଦାଖର ସ୍କାଉଟରେ ନିୟୋଜିତ ରହିଥିବା ସୂଚନା ରହିଛି। କରୋନା ଚିହ୍ନଟ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କର ଭାଉଣୀ ଏବଂ ସ୍ତ୍ରୀଙ୍କୁ ମଧ୍ୟ ଆଇସୋଲେସନରେ ରଖାଯାଇଛି। ନିକଟରେ ଯବାନଙ୍କ ବାପା ଇରାନ ଯାଇଥିଲେ। ଏହିଠାରୁ ସେ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି।

ଫେବୃଆରୀ ୨୦ରେ ଆକ୍ରାନ୍ତଙ୍କ ବାପା ଇରାନ ଗସ୍ତ ସାରି ଏୟାର ଇଣ୍ଡିଆ ବିମାନରେ ଫେରିଥିଲେ। ଏହାପରେ ଫେବୃଆରୀ ୨୯ ଠାରୁ ସେ ଲଦାଖ ହାର୍ଟ ଫାଉଣ୍ଡେସନର ଆଇସୋଲେସନ ଓ୍ୱାର୍ଡରେ ଭର୍ତ୍ତି ଅଛନ୍ତି।
ବାପା ଇରାନ ଯାଇଥିବା ବେଳେ ଏହି ୩୪ ବର୍ଷୀୟ ଯବାନ ଫେବୃଆରୀ ୨୫ରୁ ଛୁଟିରେ ଥିଲେ। ମାର୍ଚ୍ଚ ୨ରେ ଯବାନ ଜଣଙ୍କ ଡ୍ୟୁଟିରେ ଯୋଗ ଦେଇଥିଲେ। ୧୬ ମାର୍ଚ୍ଚରେ ସଂପୃକ୍ତ ଯବାନଙ୍କର କରୋନା ପରୀକ୍ଷା ହୋଇଥିଲା। ଏଥିରେ ରେଜଲ୍ଟ ପଜିଟିଭ୍ ରହିଛି।

ଏହି ଯବାନଙ୍କୁ ସୋନମ ନୁରବୋ ମେମୋରିଆଲ (SNM) ହସ୍ପିଟାଲର ଆଇସୋଲେସନର ଓ୍ୱାର୍ଡରେ ରଖାଯାଇଛି। ଏସଏନଏମ ହାର୍ଟ ଫାଉଣ୍ଡେସନରେ ଯବାନଙ୍କ ଭଉଣୀ, ସ୍ତ୍ରୀ ଏବଂ ଦୁଇ ଛୁଆଙ୍କୁ ମଧ୍ୟ ଆଇସୋଲେସନରେ ରଖାଯାଇଛି। ଏହାବାଦ୍ ଯବାନ ଜଣଙ୍କ ଯେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଇ ଆଇସୋଲେସନରେ ରଖାଯାଇଥିବା ସୂଚନା ରହିଛି।



from Odisha Reporter https://ift.tt/2WnvrJi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages