ନିର୍ଭୟା ଦୋଷୀଙ୍କ ଓକିଲ ଏ.ପି ସିଂହ କିଏ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, March 19, 2020

ନିର୍ଭୟା ଦୋଷୀଙ୍କ ଓକିଲ ଏ.ପି ସିଂହ କିଏ?

ନୂଆଦିଲ୍ଲୀ: ଫାଶୀ ଖୁଣ୍ଟରେ ଝୁଲିଛନ୍ତି ଦିଲ୍ଲୀ ନିର୍ଭୟା ଦୁଷ୍କର୍ମ ମାମଲାର ୪ ଦୋଷୀ। ଶୁକ୍ରବାର ସକାଳ ୫ଟା ୩୦ରେ ବିନୟ, ମୁକେଶ ଏବଂ ଅକ୍ଷୟଙ୍କୁ ତିହାର ଜେଲରେ ଫାଶୀ ଦିଆଯାଇଛି। ଏହି ୪ ଦୋଷୀଙ୍କୁ କିନ୍ତୁ ଫାଶୀ ଦଣ୍ଡାଦେଶରୁ ମୁକୁଳାଇବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରି ଶେଷରେ ବିଫଳ ହୋଇଛନ୍ତି ଆଇନଜୀବୀ ଏ.ପି ସିଂହ। ଏହି ମାମଲା ଲଢ଼ିବାକୁ ଯାଇ ଏ.ପି ସିଂହ ଚର୍ଚ୍ଚାକୁ ଆସିଥିଲେ ଏବଂ ବିବାଦୀୟ ମନ୍ତବ୍ୟ ଦେଇ ଏବେ ସାରା ଦେଶରେ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

ଅଜୟ ପ୍ରକାଶ ସିଂହ (ଏପି ସିଂହ) ଉତ୍ତରପ୍ରଦେଶର ଏବଂ ରାଜଧାନୀ ଦିଲ୍ଲୀରେ ଓକିଲାତି କରନ୍ତି। ୨୦୧୩ରୁ ସେ ନିର୍ଭୟା ଦୁଷ୍କର୍ମ ମାମଲାରେ ଦୋଷୀଙ୍କ ତରଫରୁ ଓକିଲାତି କରୁଥିଲେ। ୨୦୧୩ ରେ ଦିଲ୍ଲୀର ସମସ୍ତ ଓକିଲ ଏହି ଦୁଷ୍କର୍ମ ମାମଲାରେ ଅପରାଧୀଙ୍କ ତରଫରୁ ଓକିଲାତି କରିବାକୁ ମନା କରିଦେଲେ ସେତେବେଳେ ଏ.ପି ସିଂହ ମାମଲା ଲଢ଼ିବାକୁ ଆଗକୁ ଆସିଥିଲେ। ଏହି ମାମଲାରେ ତଳ କୋର୍ଟରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ତାଙ୍କୁ ଅନେକ ଥର ତାଗିଦ ଏବଂ ଜରିମାନା ମଧ୍ୟ ଦେବାକୁ ପଡିଛି।

ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରୁ ଆଇନ ଅଧ୍ୟୟନ କରିଛନ୍ତି ଏପି ସିଂହ। ସେ ଆଇନରେ ଡକ୍ଟରେଟ୍ ଡିଗ୍ରୀ ମଧ୍ୟ କରିଛନ୍ତି। ୧୯୯୭ ମସିହାରେ ସୁପ୍ରିମକୋର୍ଟରେ ସେ ଓକିଲାତି ଆରମ୍ଭ କରିଥିଲେ। ବର୍ତ୍ତମାନ ସେ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ।

ଏହି ମାମଲା କାହିଁକି ଲଢ଼ୁଛନ୍ତି ବୋଲି ନିକଟରେ ଏକ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ସେ କହିଥିଲେ, ଦୋଷୀ ସାବ୍ୟସ୍ତ ଅକ୍ଷୟଙ୍କ ପିଲାଙ୍କ ପ୍ରତି ତାଙ୍କ ମା’ର ଦୟା ଆସିଥିଲା। ତେଣୁ ତାଙ୍କ ମା’ଙ୍କ ପରାମର୍ଶ କ୍ରମେ ସେ ଏହି ମାମଲା ଲଢ଼ୁଥିଲେ ବୋଲି କହିଥିଲେ। ୨୦୧୩ରେ ସେ ବିବାଦୀୟ ମନ୍ତବ୍ୟ ଦେଇଥିଲେ, ସେ କହିଥିଲେ ବିବାହ ପୂର୍ବରୁ ତାଙ୍କ ଝିଅ ଯଦି ପ୍ରେମିକ ସହିତ ଶାରୀରିକ ସମ୍ପର୍କ ରଖିଥିବ, ରାତିସାରା ବାହାରେ ବୁଲୁଥିବ ତାହେଲେ ସେ ଜୀଅନ୍ତା ଜାଳି ଦେବେ।



from Odisha Reporter https://ift.tt/3bhZbMd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages