ନୂଆଦିଲ୍ଲୀ: ନିର୍ଭୟା ଦୁଷ୍କର୍ମ ମାମଲାରେ ଦୀର୍ଘ ୭ ବର୍ଷ ଧରି ନ୍ୟାୟ ପାଇଁ ଲଢ଼େଇ କରି ଶେଷରେ ପୀଡ଼ିତାଙ୍କୁ ନ୍ୟାୟ ଦେବାରେ ସକ୍ଷମ ହୋଇଛନ୍ତି ଆଇନଜୀବୀ ସୀମା କୁଶଓ୍ୱାହ। ଦୋଷୀଙ୍କ ପାଇଁ ଲଢ଼େଇ କରି ଆଇନଜୀବୀ ଏପି ସିଂହ ଯେତିକି ଚର୍ଚ୍ଚିତ ସେତିକି ବିବାଦୀୟ। ହେଲେ କୁଶଓ୍ୱାହ ମିଡିଆ ସମ୍ନାକୁ କମ୍ ଆସିଥାନ୍ତି। କେବଳ ନିର୍ଭୟା ମାମଲାରେ ତାଙ୍କୁ କୋର୍ଟ ପରିସରରେ ଦେଖିବାକୁ ମିଳିଥାଏ।
୨୦୧୨ରେ ଯେତେବେଳେ ନିର୍ଭୟାଙ୍କୁ ଦୁଷ୍କର୍ମ ହୋଇଥିଲା ସେତେବେଳେ ସେ ଓକିଲାତି ପାଇଁ ଟ୍ରେନିଂ ନେଉଥିଲେ। ଦୁଷ୍କର୍ମ ଘଟଣାରେ ଇଣ୍ଡିଆ ଗେଟ୍, ରାଷ୍ଟ୍ରପତି ଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନରେ ମଧ୍ୟ ସେ ସାମିଲ୍ ହୋଇଥିଲେ। ଏହାପରେ ସେ ନିର୍ଭୟାଙ୍କ ପରିବାର ସହିତ ଆଲୋଚନା କରି ମାମଲାର କେଶ୍ ଲଢ଼ିଥିଲେ। ସୀମା ନିକଟରେ କହିଥିଲେ, ସେ ଯଦି ଫାଷ୍ଟ ଟ୍ରାକ୍ କୋର୍ଟ ପାଇଁ ଏହି ମାମଲାକୁ ତାଲିକାଭୁକ୍ତ କରିନଥାନ୍ତେ ତା’ହେଲେ ନ୍ୟାୟ ପ୍ରକ୍ରିୟା ଆହୁରି ବିଳମ୍ୱ ହୋଇଥାନ୍ତା।
ସୀମା ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଆଇନରେ ପାଠ ପଢ଼ିଥିଲେ। ଏବେ ସେ ନିର୍ଭୟାଙ୍କ ପରିବାର ଦ୍ୱାରା ଗଠିତ ନିର୍ଭୟା ଜ୍ୟୋତି ଲିଗାଲ ଟ୍ରଷ୍ଟ ସହିତ ଜଡ଼ିତ ଅଛନ୍ତି। ଏକ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତକାର ଦେବା ବେଳେ ସୀମା କହିଥିଲେ, ଯେ ସେ ସିଭିଲ୍ ପରୀକ୍ଷା ଦେଇ ଆଇଏସ୍ ହେବାକୁ ଇଚ୍ଛା ରଖିଥିଲେ।
ନିଜର ପାଠ ପଢ଼ା ଏବଂ ସଂଘର୍ଷ ବାବଦରେ କହିବା ବେଳେ ସେ କହିଥିଲେ, ସେ ନିଜେ ଏପରି ଏକ ସ୍ଥାନରୁ ଆସିଛନ୍ତି ଯେଉଁଠାରେ ଝିଅମାନେ ଅଧିକ ସ୍ୱାଧୀନତା ପାଇ ନାହାଁନ୍ତି। ଏହା ପରେ ବି ସେ ଜଣେ ଓକିଲ ହୋଇଛନ୍ତି। ତାଙ୍କ ଘର ଏଭଳି ଏକ ଗାଁରେ ଯେଉଁଠି ଝିଅମାନଙ୍କୁ ପାଠ ପଢ଼ିବାକୁ ଦିଆଯାଏ ନାହିଁ। ହେଲେ ନିଜର ଅଧିକାର ପାଇଁ ଲଢ଼େଇ କରିବାକୁ ପଡିବ ବୋଲି ସେ କହିଛନ୍ତି।
from Odisha Reporter https://ift.tt/3ddAu5b
No comments:
Post a Comment