ସ୍ଥଳ ସେନା ପରେ ନୌବାହିନୀରେ ମଧ୍ୟ ମହିଳାଙ୍କୁ ସମାନ ଅଧିକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 17, 2020

ସ୍ଥଳ ସେନା ପରେ ନୌବାହିନୀରେ ମଧ୍ୟ ମହିଳାଙ୍କୁ ସମାନ ଅଧିକାର

ନୂଆଦିଲ୍ଲୀ: ସୋମବାର ମହିଳା ନୌସେନା ଅଧିକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ମହିଳା ଓ ପୁରୁଷ ସମାନ ବୋଲି କଥାରେ ରହିଥିବାବେଳେ କୋର୍ଟ ଆଜି ଏହାକୁ ପ୍ରକୃତରେ ଲାଗୁ କରିବାକୁ କହିଛନ୍ତି। ଏହି ରାୟ ଅନୁଯାୟୀ ଭାରତୀୟ ନୌବାହିନୀରେ ମହିଳାଙ୍କ ପାଇଁ ସ୍ଥାୟୀ କମିଶନ୍ ବ୍ୟବସ୍ଥା ହେବ। ଏହା ପୂର୍ବରୁ ସ୍ଥଳସେନା ବା ଆର୍ମିରେ ସ୍ଥାୟୀ କମିଶନ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ସୁପ୍ରିମକୋର୍ଟ ଆଜି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି, “ଆଜିର ନିର୍ଦ୍ଦେଶ ଲାଗୁ କରାଯିବା ସହ ୩ ମାସ ଭିତରେ କାର୍ଯ୍ୟରତ ମହିଳା ଅଧିକାରୀଙ୍କ ପାଇଁ ସ୍ଥାୟୀ କମିଶନ୍‌ ମଞ୍ଜୁର କରାଯିବ।” କୋର୍ଟ କହିଛନ୍ତି ପୁରୁଷ ଅଧିକାରୀଙ୍କ ପରି ଇନ୍‌କ୍ରିମେଣ୍ଟ ସହ କମିଶନ୍‌ ଲାଗୁ କରାଯିବ।

କୋର୍ଟ ଏହି ଅବସରରେ ଆହୁରି ମଧ୍ୟ କହିଛନ୍ତି, ମହିଳା ଓ ପୁରୁଷଙ୍କୁ ସମାନ ଦକ୍ଷତାର ସହ ନୌକାୟନ ବା ନୌଚାଳନା କରିପାରିବେ। ଏଥିରେ କୌଣସି ଭେଦଭାବ କରାଯିବା ଉଚିତ ନୁହେଁ। ଏହା ପୂର୍ବରୁ କୋର୍ଟ କହିଥିଲେ, ସାମାଜିକ ଓ ମାନସିକ କାରଣ ଦର୍ଶାଇ ମହିଳା ଅଧିକାରୀଙ୍କ ପ୍ରତି ଭେଦଭାବ କରିବାକୁ ବରଦାସ୍ତ କରାଯାଇ ପାରିବନି।

ଏହା ପୂର୍ବରୁ କେନ୍ଦ୍ର ସରକାର ଲୋକସଭାରେ କହିଥିଲେ, ମହିଳାଙ୍କୁ ସ୍ଥାୟୀ କମିଶନ ଦେବାରେ ସରକାର ପ୍ରସ୍ତୁତ ଅଛନ୍ତି। ଏହି ପ୍ରସଙ୍ଗରେ ସରକାର ସୁପ୍ରିମକୋର୍ଟଙ୍କ ଆଦେଶକୁ ଗମ୍ଭୀରତାର ସହ ପାଳନ କରିବେ ବୋଲି କେନ୍ଦ୍ର ରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାଇକ କହିଥିଲେ।

ସେ ଆହୁରି ମଧ୍ୟ କହିଥିଲେ, ମହିଳା ଓ ପୁରୁଷଙ୍କ ମଧ୍ୟରେ କୌଣସି ପ୍ରକାର ଭେଦଭାବ କରାଯିବ ନାହିଁ। ସ୍ଥାୟୀ କମିଶନ ମିଳିବାକୁ ଥିବା ବିଭାଗଗୁଡ଼ିକ ହେଲା ଆଡଭୋକେଟ୍‌ ଜେନେରାଲ, ସେନା ଶିକ୍ଷା, ସିଗ୍ନାଲ, ଇଞ୍ଜିନିଅର, ଆର୍ମି ଆଭିଏସନ୍‌, ଆର୍ମି ଏୟାର ଡିଫେନ୍ସ, ଇଲେକ୍ଟ୍ରୋନିକ୍ସ ଓ ମେକାନିକାଲ ଇଞ୍ଜିନିଅର, ଆର୍ମି ସର୍ଭିସ୍‌ ଫୋର୍ସ ଏବଂ ଇଣ୍ଟେଲିଜେନ୍ସ କୋର୍‌।



from Odisha Reporter https://ift.tt/3dfxMwa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages