ଗବ୍ବରଙ୍କ ଭାଇ ଇମିତିଆଜ୍ ଆଉ ନାହାନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, March 17, 2020

ଗବ୍ବରଙ୍କ ଭାଇ ଇମିତିଆଜ୍ ଆଉ ନାହାନ୍ତି

ମୁମ୍ବାଇ: ଆର ପାରିରେ ବଲିଉଡ ଅଭିନେତା ତଥା ନିର୍ଦ୍ଦେଶକ ଇମତିଆଜ୍ ଖାନ। ସେ ଦିବଂଗତ ଅଭିନେତା ଜୟନ୍ତ ଏବଂ ଦିବଂଗତ ଅମଜାଦ୍ ଖାନଙ୍କ ଭାଇ ତଥା ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ କୃତ୍ତିକା ଦେଶାଇଙ୍କ ସ୍ୱାମୀ ଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଗତ ୧୬ ତାରିଖରେ ମୁମ୍ବାଇଠାରେ ଇମତିଆଜଙ୍କ ମୃତ୍ୟୁ ଘଟିଛି।

ଏହି ଦୁଃଖଦ ଘଟଣା ନେଇ ପ୍ରଥମେ ଟ୍ରେଡ୍ ଆନାଲିଷ୍ଟ ଅତୁଲ ମୋହନ ସୋଶାଲ ମିଡିଆରେ ଜଣାଇଥିଲେ। ଖବରଟି ଜଣାପଡ଼ିବା ପରେ ବଲିଉଡ୍ ଜଗତରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁସାରେ, ୭୮ ବର୍ଷୀୟ ଇମିତିଆଜଙ୍କ ସୋମବାର ହୃଦଘାତରେ ମୃତ୍ୟୁ ଘଟିଛି। ସେ ଚିରସବୁଜ ଚଳଚ୍ଚିତ୍ର ‘ଶୋଲେ’ର ଡାକୁ ଗବ୍ବର ସିଂ ଅର୍ଥାତ ଅମଜାଦ୍ ଖାନଙ୍କ ଭାଇ ଥିଲେ। ଇମତିଆଜ ‘ୟାଦୋ କି ବାରାତ୍’, ‘ନୁର୍ ଜାହାଁ’, ‘ଧର୍ମାତ୍ମା’ ଏବଂ ‘ଦୟାବାନ’ ଭଳି ଫିଲ୍ମ କରି ଲୋକପ୍ରିୟତା ହାସଲ କରିଥିଲେ। ସେହିପରି ଇମତିଆଜଙ୍କ ପତ୍ନୀ କୃତ୍ତିକା ଟିଭି ଜଗତର ଜଣେ ଲୋକପ୍ରିୟ ଅଭିନେତ୍ରୀ। ମେଗା ଧାରାବାହିକ ‘ଉତ୍ତରନ୍’ରେ ଉଚ୍ଚକୋଟୀର ଅଭିନୟ କରି ସେ ଘରେ ଘରେ ଖୁବ୍ ପରିଚିତା। ତେବେ ଇମତିଆଜ ଏବଂ କୃତ୍ତିକାଙ୍କ ଏକ ମାତ୍ର କନ୍ୟା ସନ୍ତାନ ହେଉଛନ୍ତି ଆୟାଶା ଖାନ। ଇମତିଆଜଙ୍କ ବିୟୋଗରେ ସାରା ବଲିଉଡ୍ ଶୋକ ବ୍ୟକ୍ତ କରୁଥିବାବେଳେ ସୋଶାଲ ମିଡିଆରେ ମଧ୍ୟ ବହୁ ବିଶିଷ୍ଟ ନିର୍ଦ୍ଦେଶକ, ସିନେ ସମୀ‍କ୍ଷକ, ଅଭିନେତା, ନିର୍ମାତା ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।



from Odisha Reporter https://ift.tt/2IUbAd2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages