କୋରନା ପାଇଁ ନବରଙ୍ଗପୁର ଓ ଉମରକୋଟରେ କଟକଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 22, 2020

କୋରନା ପାଇଁ ନବରଙ୍ଗପୁର ଓ ଉମରକୋଟରେ କଟକଣା

ନବରଙ୍ଗପୁର (ନବଘନ ବିଷୋୟୀ): କରୋନାକୁ ନେଇ ନବରଙ୍ଗପୁର ଜିଲ୍ଲାର ୨ଟି ସହରରେ କଟକଣା ଲାଗିଛି। ଆଜି ସକାଳ ୭ଟାରୁ ଆସନ୍ତା ୨୯ ତାରିଖ ରାତି ୯ଟା ପର୍ଯ୍ୟନ୍ତ ଏହି କଟକଣା ଜାରି କରାଯାଇଛି। ଜିଲ୍ଲା ସଦର ମହକୁମା ନବରଙ୍ଗପୁର ଏବଂ ଉମରକୋଟ ସହରରେ ଏହି କଟକଣା ଜାରି ହୋଇଛି। ଅତ୍ୟାବଶ୍ୟକ ସେବାକୁ ଏଥିରୁ ବାଦ୍‌ ଦିଆଯାଇଛି। ହେଲେ ସାଧାରଣ ପରିବହନ ବ୍ୟବସ୍ଥାରେ କଟକଣା ଲଗାଯାଇଛି। ଟ୍ୟାକ୍ସି ଓ ଅଟୋ ଚାଳନା ଉପରେ ମଧ୍ୟ ରୋକ ଲଗାଯାଇଛି। ଲୋକେ ଟ୍ୟାକ୍ସି ଓ ଅଟୋରେ ଡାକ୍ତରଖାନାକୁ ଯାଇପାରିବେ।

ଜିଲ୍ଲା ପ୍ରଶାସନର ଘୋଷଣା ଅନୁଯାୟୀ, ଗ୍ରୋସରୀ ଦୋକାନ, କ୍ଷୀର, ପରିବା, ପାଉଁରୁଟି, ମାଛ, ମାଂସ, ଅଣ୍ଡା, ଚିକେନ୍ ଓ ଔଷଧ ଦୋକାନ ଖୋଲା ରହିବ। କରୋନା ମୁକାବିଲା ଲାଗି ଯେଉଁ ବେସରକାରୀ ସଂସ୍ଥା କାର୍ଯ୍ୟ କରୁଛନ୍ତି, ସେଗୁଡ଼ିକ ବି ଖୋଲା ରହିବ। ସେହିପରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଥାନା, ଅଗ୍ନିଶମ ବାହିନୀ କାର୍ଯ୍ୟାଳୟ, ପେଟ୍ରୋଲ ପମ୍ପ, ବ୍ୟାଙ୍କ ଓ ଏଟିଏମ୍‌ ଆଦି ଖୋଲା ରହିବ।

 



from Odisha Reporter https://ift.tt/2wx2akV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages