ନୂଆଦିଲ୍ଲୀ: ବିଶ୍ୱର ୧୮୮ଟି ଦେଶକୁ ବ୍ୟାପିଛି ମହାମାରୀ କରୋନା। କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଅନେକ ଦେଶରେ ଲକ୍ ଡାଉନ୍ ହୋଇଛି। ତେବେ ଲକ୍ ଡାଉନ୍ ହେଲେ କରୋନା ସଂକ୍ରମଣ କମିବ ନାହିଁ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ମାଇକ୍ ରିୟାନ ଅନ୍ତର୍ଜାତୀୟ ଗଣମାଧ୍ୟମ ବିବିସିର ଆଣ୍ଡ୍ର୍ୟୁ ମାର ଶୋ’ରେ ଯୋଗଦେଇ ଏହା କହିଛନ୍ତି।
ସେ କହିଛନ୍ତି, ‘ଲକ୍ ଡାଉନରେ ମଧ୍ୟ ବିପଦ ରହିଛି..। ପ୍ରାଥମିକ ଭାବରେ ଲକ୍ ଡାଉନ କରି ସାମାଜିକ ଦୂରତ୍ୱ ସୃଷ୍ଚି କରାଯାଇପାରିଲା। ହେଲେ ଏବେ କରୋନା ଆକ୍ରାନ୍ତଙ୍କ ଚିହ୍ନଟ କରିବା ଦରକାର। ଏହାପରେ ସେହି ଆକ୍ରାନ୍ତ ଜଣଙ୍କ କେଉଁ ମାନଙ୍କ ସଂସ୍ପର୍ଶରେ ଆସିଛନ୍ତି ଖୋଜିବା ଦରକାର। ଏହି ସମସ୍ତଙ୍କୁ ଆଇସୋଲେସେନରେ ରଖିପାରିଲେ କରୋନାର ମୁକାବିଲା ସଠିକ୍ ଢ଼ଙ୍ଗରେ ହୋଇପାରିବ। ନହେଲେ ଏହି କିଲର ଭାଇରସ ପୁଣିଥରେ ଫେରିବାର ସମ୍ଭାବନା ରହିଛି’।
ଚୀନର ହୁବେଇ ରାଜ୍ୟର ଉହାନ ସହରରୁ ଏହି କିଲର କରୋନା ବ୍ୟାପିଛି ବୋଲି କୁହାଯାଉଛି। ଚୀନରେ ସ୍ଥିତି ବେକାବୁ ହେବା ପରେ ଅନେକ ସହରକୁ ଲକ୍ ଡାଉନ କରାଯାଇଥିଲା। ଏହାପରେ ଅନେକ ଦେଶକୁ ଏହି ଭାଇରସ ବ୍ୟାପିଛି। ଚୀନ ଭଳି ବ୍ରିଟେନ, ଭାରତ, ଆମେରିକା ଆଦି ଦେଶ ମଧ୍ୟ କରୋନାର ମୁକାବିଲା କରିବାକୁ ଯାଇ ଅନେକ ସ୍ଥାନରେ ଲକ୍ ଡାଉନ ଘୋଷଣା କରିଛନ୍ତି।
ରବିବାର ମଧ୍ୟ କରୋନା ମୁକାବିଲା କରିବାକୁ ଯାଇ ସାରା ଭାରତରେ ଲକ୍ ଡାଉନ୍ ଘୋଷଣା ହୋଇଥିଲା। ଏବେ ଅନେକ ରାଜ୍ୟ ମାର୍ଚ୍ଚ ୩୧ ଯାଏ ଲକ୍ ଡାଉନ୍ ଘୋଷଣା କରିଛନ୍ତି।
from Odisha Reporter https://ift.tt/3doPBZt
No comments:
Post a Comment