ବିଷାକ୍ତ ଛତୁ ଖାଇ ୫ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, March 15, 2020

ବିଷାକ୍ତ ଛତୁ ଖାଇ ୫ ଗୁରୁତର

ଉଦଳା (ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ୍‌ ଅଧୀନ ଗଭେଇ ଗାଁରେ ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଦୁଇ ଜଣ ଗର୍ଭବତୀ ଅଛନ୍ତି।  ଗୁରୁତର ମାନେ ହେଲେ- ବୁଦ୍ଧୁ ସିଂ, ଦିଲ୍ଲୀପ ସିଂ, ନିନି ସିଂ, ଶୁକୁରୁମଣୀ ସିଂ ଓ ସବିତା ସିଂ।

ଗତକାଲି ଗାଁର ଦିଲୀପ ସିଂଙ୍କ ପରିବାର ଲୋକେ ତାଙ୍କ ବାଡ଼ିରେ ହୋଇଥିବା ଛତୁ ତୋଳି ତରକାରି କରିଥିଲେ। ଏହି ତରକାରିକୁ ରାତିରେ ପରିବାରର ଏହି ୫ ଜଣ ସଦସ୍ୟ ଖାଇଥିଲେ। ଏହାପରେ ସମସ୍ତଙ୍କ ମୁଣ୍ଡ ବୁଲାଇବା ସହିତ ବାନ୍ତି  ଓ ଝାଡ଼ା ହୋଇଥିଲା। ତେଣୁ ସମସ୍ତଙ୍କୁ ଖୁଣ୍ଟା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥାରେ ସଙ୍କଟାପନ୍ନ ହେବାରୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଥିସହ ଦୁଇ ଗର୍ଭବତୀଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବାରିପଦା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।

 



from Odisha Reporter https://ift.tt/2U7rF45

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages