୩ ନାବାଳିକାଙ୍କ ଦୋଷୀର ମୃତ୍ୟୁଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡାଦେଶ କଲେ ସୁପ୍ରିମକୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 6, 2020

୩ ନାବାଳିକାଙ୍କ ଦୋଷୀର ମୃତ୍ୟୁଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡାଦେଶ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଯେତେବେଳେ ସାରା ଦେଶରେ ନିର୍ଭୟା ଦୋଷୀଙ୍କ ଫାଶୀ କୌଣସି କାରଣରୁ ସ୍ଥଗିତ ରହୁଛି। ସେହି ସମୟରେ ସୁପ୍ରିମକୋର୍ଟ ଜଣେ ହତ୍ୟାକାରୀର ମୃତ୍ୟୁଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡାଦେଶରେ ପରିଣତ କରୁଛନ୍ତି। ଦିଲ୍ଲୀର ଘଟଣା ୭ ବର୍ଷ ତଳେ ହୋଇଥିବା ବେଳେ ଛତିଶଗଡ଼ର ଏହି ନାବାଳିକା ହତ୍ୟା ଘଟଣା ୯ ବର୍ଷ ତଳର।

ଛତିଶଗଡ଼ର ଏହି ହତ୍ୟା ଘଟଣାରେ ମନୋଜ ସୂର୍ଯ୍ୟଭାନ୍ସିକୁ ଦୋଷୀ ସାବ୍ୟସ୍ତ କରିଥିଲେ ଛତିଶଗଡ଼ ହାଇକୋର୍ଟ। ଏହାପରେ ଫାଶୀଦଣ୍ଡାଦେଶ ଦେଇଥିଲେ। ୮ ରୁ ୬ ବର୍ଷ ବୟସର ୨ ପୁଅ ଏବଂ ୪ ବର୍ଷର ନାବାଳିକାକୁ ହତ୍ୟା କରିବାରେ ଦୋଷୀ ସାବ୍ୟସ୍ତ ହୋଇଛି ମନୋଜ ସୂର୍ଯ୍ୟବଂଶୀ। ହେଲେ ସୁପ୍ରିମକୋର୍ଟର ଜଷ୍ଟିସ୍ ୟୁ.ୟୁ ଲଲିତ, ଜଷ୍ଟିସ ଇନ୍ଦିରା ବାନାର୍ଜୀ ଏବଂ ଜଷ୍ଟିସ ଏମ ଶାହଙ୍କ ବେଞ୍ଚ ଟ୍ରାଏଲ କୋର୍ଟ ଛତିଶଗଡ ହାଇକୋର୍ଟଙ୍କ ଫାଶୀଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡାଦେଶରେ ପରିଣତ କରିଛନ୍ତି। ଆଜୀବନ କାରାଦଣ୍ଡାଦେଶର ଅବଧି ସର୍ବନିମ୍ନ ୨୫ ବର୍ଷ ହେବ। ଅପରାଧ ସମୟରେ ହତ୍ୟାକାରୀଙ୍କ ମାନସିକ ସ୍ଥିତିକୁ ଦୃଷ୍ଟିରେ ରଖି ଫାଶୀଦଣ୍ଡାଦେଶ ପରିବର୍ତ୍ତେ ଆଜୀବନ ଦଣ୍ଡାଦେଶ ଦେଇଛନ୍ତି।

ହତ୍ୟାକାରୀ ଜଣଙ୍କ କୋର୍ଟରେ କହିଛନ୍ତି, ମୃତ ପିଲାଙ୍କ ବାପାର ସାନଭାଇ ତାଙ୍କ ସ୍ତ୍ରୀଙ୍କୁ ନେଇ ଫେରାର ହୋଇଯାଇଥିଲେ। ଏହାର ପ୍ରତିଶୋଧ ନେବାକୁ ଯାଇ ଛୋଟ ଛୁଆଙ୍କୁ ହତ୍ୟା କରିଛି। ଏହି ହତ୍ୟା ମାମଲାର ଶୁଣାଣି କରୁଥିବା ଖଣ୍ଡପୀଠ କହିଛନ୍ତି, ‘ଦୋଷୀ ଅପରାଧ କରିବା ସମୟରେ ନିଜର ମାନସିକ ସ୍ଥିତି ଭଲ ନଥିଲା। ମୃତ ଛୋଟ ଛୁଆଙ୍କ ଦାଦା ହତ୍ୟାକାରୀର ସ୍ତ୍ରୀ ସହ ସମ୍ପର୍କ ସ୍ଥାପନ କରି ଫେରାର ହୋଇଯାଇଥିଲା। ଏହାଦ୍ୱାରା ନିଜ ପିଲାମାନେ ତାଙ୍କ ମା’କୁ ଖୋଜୁଥିଲେ। ଏହି ପରିସ୍ଥିତିରେ ମନୋଜ ହତ୍ୟାକରିଛି। ତେଣୁ ଫାଶୀଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିଣତ କରାଯାଇଛି’।



from Odisha Reporter https://ift.tt/2wAbVyE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages