ରେଗୁଲାର ଜାଗାରେ‌ ଏକ୍ସ ରେଗୁଲାର ପ୍ରଶ୍ନପତ୍ର ପରୀକ୍ଷା ଦେଲେ ଦୁଇ ଛାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, March 6, 2020

ରେଗୁଲାର ଜାଗାରେ‌ ଏକ୍ସ ରେଗୁଲାର ପ୍ରଶ୍ନପତ୍ର ପରୀକ୍ଷା ଦେଲେ ଦୁଇ ଛାତ୍ରୀ

ବଣାଇ(ରଞ୍ଜିତ ଚୌଧୁରି): ରେଗୁଲାର ଜାଗାରେ‌ ଏକ୍ସ ରେଗୁଲାର ପ୍ରଶ୍ନପତ୍ର ପରୀକ୍ଷା ଦେଇଛନ୍ତି ଦୁଇ ଛାତ୍ରୀ। ଏଭଳି ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇ କେନା ଭେଟା କଲେଜରୁ।

ମିଳିଥିବା ସୂଚନାଅନୁସାରେ, ଗତ ୪ ତାରିଖରେ ଯୁକ୍ତ ଦୁଇ କଳାର ଦୁଇ ଛାତ୍ରୀ ପିଙ୍କି କିଷାନ ଏବଂ ଖିରେଶ୍ୱରୀ ଭଗତ ମାତୃଭାଷା ସାହିତ୍ୟ ପରୀକ୍ଷା ଦେଇଥିଲେ। ହେଲେ ପରୀକ୍ଷାକେନ୍ଦ୍ରରେ ସେମାନଙ୍କୁ ରେଗୁଲାର ଜାଗାରେ‌ ଏକ୍ସ ରେଗୁଲାର ପ୍ରଶ୍ନପତ୍ର ଦିଆଯାଇଥିଲା। ଏନେଇ ଦୁଇ ଛାତ୍ରୀ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରି ନଥିବା ସେମାନେ ଅଭିଯୋଗ କରିଛନ୍ତି।

ସେମାନଙ୍କ ଲାଗି ପୁଣି ଥରେ ପରୀକ୍ଷା କରାଯାଉ, ନଚେତ୍ ଫୁଲ ମାର୍କ୍ ଦିଆଯାଉ ବୋଲି ଦୁଇ ଛାତ୍ରୀ ଦାବି କରିଛନ୍ତି। ଏହାସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସେମାନେ ଦାବି ମଧ୍ୟ କହିଛନ୍ତି। ଗତକାଲି ଦୁଇ ଛାତ୍ରୀ ବଣାଇ ଉପଜିଲ୍ଲାପାଳଙ୍କୁ ଭେଟିଛନ୍ତି। ଦାବି ପୂରଣ ନ ହେଲେ କଲେଜରେ ଆତ୍ମହତ୍ୟା କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଏ ନେଇ କଲେଜ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ବଣାଇ ଉପଜିଲ୍ଲାପାଳ ପ୍ରଦୀପ କୁମାର ଡାଙ୍ଗ କହିଛନ୍ତି,“ ଏନେଇ ଲିଖିତ ଅଭିଯୋଗ କରାଯାଇଛି। ଘଟଣାର ତଦନ୍ତ କରାଯିବ। ପରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବ।



from Odisha Reporter https://ift.tt/2TyugVT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages